Capture 9

ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ: ସାପ ଧରାଳିଙ୍କ ମୃତ୍ୟୁ

State

ବୀରମହାରାଜପୁର: ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ । ବିଷଧର ନାଗ ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ ଘଟିଛି ଅଘଟଣ । ସୁଚନା ଅନୁସାରେ ଚମ୍ପାମଳ ଗାଁର ଜଣଙ୍କ ଘରୁ ଏକ ନାଗ ସାପ ବାହାରିଥିବାବେଳେ ସାପ ଧରିବା ପାଇଁ ମେଣ୍ଡାମାଳ ଗାଁର ଗୌର କୁମ୍ଭାରକୁ ସେ ଖବର ଦେଇଥିଲେ । ଗୌର ସେଠାକୁ ଯାଇ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଜାରରେ ଧରି କୌଣସି କାମରେ ଥାନାକୁ ଆସିଥିଲେ ।

ତେବେ ଥାନାରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଆଗରେ ସାପକୁ ଡବାରୁ ବାହାର କରି ଦେଖାଇଥିଲେ । ଦେଖି ସାରି ସାପକୁ ପୁଣି ଡବା ଭିତରେ ପୁରାଇବା ସମୟରେ ଗୌରଙ୍କ ହାତରେ ଚୋଟ ମାରିଥିଲା ବିଷଧର ନାଗସାପ । ତୁରନ୍ତ ଗୌରଙ୍କୁ ପୁଲିସ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।