Onn 3

ସ୍ୱାଧୀନତା ଦିବସ-2023 ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

State

ବାରିପଦା: ଆଜି ପୂର୍ବାହ୍ନ ଘ 10-30 ମିନିଟ ସମୟ ରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶ ଙ୍କ ସଭାପତିତ୍ବ ରେ ଆଗାମୀ 77ତମ ସ୍ୱାଧୀନତା ଦିବସ -2023 ପାଳନ ନିମନ୍ତେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭ ରେ ଉପଜିଲ୍ଲାପାଳ ସଭା ରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ପ୍ରସ୍ତୁତି ବୈଠକ ର ଆଭିମୁଖ୍ୟ ସମ୍ଭନ୍ଧ ରେ ପ୍ରତିପାଦନ କରିଥିଲେ |ଏହା ପରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି କୋଭିଡ କଟକଣା ପୂର୍ବରୁ 2019 ମସିହା ରେ ପାଳିତ ହୋଇଥିବା ସ୍ୱାଧୀନତା ଦିବସର ବିସ୍ତୃତ କାର୍ଯ୍ୟସୂଚୀ କୁ ସମସ୍ତଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରିଥିଲେ | ସେହି ଆଧାର ରେ ଚଳିତ ବର୍ଷ ଏହି ଜାତୀୟ ଦିବସ କୁ ଉପଖଣ୍ଡ ସ୍ତରରେ ସୁନ୍ଦର ତଥା ଆକର୍ଷଣୀୟ ଭାବେ ବ୍ୟବସ୍ଥିତ ଢଙ୍ଗ ରେ ପାଳନ କରିବା ପାଇଁ ପ୍ରତ୍ୟେକଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା |

ତଦନୁସାରେ ଏହି ଜାତୀୟ ଦିବସ ପାଳନ ଅବସରରେ ଆବଶ୍ୟକୀୟ କାର୍ଯ୍ୟ, ଯଥା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ତଥା ଏଥି ପାଇଁ ଉପଯୁକ୍ତ ବିଚାରକ ମଣ୍ଡଳୀ ପ୍ରସ୍ତୁତି, ପ୍ୟାରେଡ ପଡିଆ ସୁସଜ୍ଜିକରଣ, ଅଭିବାଦନ ମଞ୍ଚ ପ୍ରସ୍ତୁତି, ସହରାଞ୍ଚଳ କୁ ପରିଷ୍କାର ପରିଚ୍ଛନ୍ନ, ପ୍ୟାରେଡ ପଡିଆ ନିକଟରେ ଜଳ ଯୋଗାଣ, ଆକସ୍ମିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଅଗ୍ନିଶମ ବିଭାଗ ତରଫରୁ ଆବଶ୍ୟକ ବ୍ୟବସ୍ଥା , ପ୍ୟାରେଡ ପରିଚାଳନା, ଅପାତକାଳୀନ ସ୍ୱାସ୍ଥ୍ୟ ସେବା,ଜାତୀୟ ସଂଗୀତ ପରିବେଷଣ, ରାମ ଧୁନ ପରିବେଷଣ, ଅତିଥି ମାନଙ୍କୁ ନିମନ୍ତ୍ରଣ ଓ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ ଇତ୍ୟାଦି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟକ୍ତି ବିଶେଷ ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି | 2023 ସ୍ୱାଧୀନତା ଦିବସ ପ୍ୟାରେଡ ରେ ପ୍ରଥମ ଥର ପାଇଁ ସ୍କାଉଟ ଏବଂ ଗାଇଡ଼ ଦଳକୁ ପୃଥକ ପୃଥକ ଭାବେ ଅଂଶ ଗ୍ରହଣ କରାଇବା ପାଇଁ ନିଷ୍ପତି ନିଆଯିବା ସହ ପ୍ୟାରେଡ ଦଳ ରେ ଷଷ୍ଠ ଶ୍ରେଣୀ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ଅଂଶ ଗ୍ରହଣ କରାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା | ସେଇଭଳି ଗୋଟିଏ ଅନୁଷ୍ଠାନ ରୁ କେବଳ ମାତ୍ର ଗୋଟିଏ ସିଭିଲିଆନ ଟ୍ରୁପ ଅlନୁଷ୍ଠାନିକ ପ୍ୟାରେଡ ରେ ଅଂଶ ଗ୍ରହଣ ନେବା ନେଇ ନିଷ୍ପତି ନିଆଯିବା ସହିତ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ, ସିବିଏସଇ ଓ ଆଇ ସି ଏସ ଇ ଦ୍ୱାରା ପରିଚାଳିତ ଚଳିତ -2023 ବର୍ଷ ମ୍ୟାଟ୍ରିଳ ପରୀକ୍ଷା ରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବା ନେଇ ନିଷ୍ପତି ଗ୍ରହଣ କରାଗଲା |ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଦାଶ ଏହି ଜାତୀୟ ଦିବସ କୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ |

ଅନୁଷ୍ଠିତ ଉକ୍ତ ବୈଠକ ରେ ପୌରପାଳିକା ର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ପଦାଧିକାରୀ, ଶିକ୍ଷlନୁଷ୍ଠାନର ମୁଖ୍ୟ ତଥା ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ବରିଷ୍ଠ ନାଗରିକ,ଆଇନଜୀବୀ,ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ | ପରିଶେଷରେ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର ପ୍ରଫୁଲ୍ଲ କୁମାର ସାହୁ, ହରିଶ ଚନ୍ଦ୍ର ମହାପାତ୍ର ଓ ସଂଗ୍ରାମ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |