Bidhan 1

‘ଡିସେମ୍ବର ସୁଦ୍ଧା ସବୁ ଗାଁରେ ପହଞ୍ଚିବ ମୋବାଇଲ ନେଟୱାର୍କ’

State

ଭୁବନେଶ୍ବର: ଆଉ ମୋବାଇଲ ନେଟଓ୍ବାର୍କର ଅସୁବିଧା ଭୋଗିବେନି ଓଡିଶାବାସୀ । ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଗାଁରେ ପହଞ୍ଚିବ ନେଟୱର୍କ ସେବା ।

ତେବେ ୫ଜି ନେଟଓ୍ବର୍କ ସମୟରେ ରାଜ୍ୟର ମୋଟ ୩ ହଜାର ୫ ଶହ ୧୦ଟି ଗାଁରେ ନାହିଁ ମୋବାଇଲ ନେଟ୍‌ୱର୍କ । ଖାଲି ସେତିକି ନୁହଁ, କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧ ହଜାର ୬୨ଟି ଗାଁର ଲୋକ ମୋବାଇଲ ନେଟୱର୍କ ସେବାରୁ ବଂଚିତ ଅଛନ୍ତି ।

ଯେପରି ଓଡିଶାର ସମସ୍ତ ଗ୍ରାମବାସୀ ମୋବାଇଲ ନେଟଓ୍ବର୍କ ସେବା ପାଇବେ ସେନେଇ ସମସ୍ତ ଗାଁକୁ ମୋବାଇଲ ନେଟୱର୍କ ଯୋଗାଇ ଦେବା ପାଇଁ ଜିଲ୍ଲାର ସମସ୍ତ ମୋବାଇଲ ଟାୱାରକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ । ଏନେଇ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଆଜି ଗୃହରେ ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଲିଖିତ ଉତ୍ତର ରଖିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।