Onn 3

ଟାଟା ମେକସିମୋ ଓଲଟି ପନ୍ଦର ଆହାତ, ଜଣେ ମୃତ

Crime State

ବାରିପଦା: ଆଜି ମୟୁରଭଞ ଜିଲା ବିଶୋଇ ଥାନା ଅନ୍ତର୍ଗତ ନୂଆ ଗାଁ ଠାରେ ଏକ ଟାଟା ମେକସିମୋ ସୁପ୍ରିୟ ଗାଡି ଓଲଟି ପନ୍ଦର ଆହାତ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଅଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସମୟରେ ବିଶୋଇ ଥାନା ଅନ୍ତର୍ଗତ ବଣକାଠି ଗ୍ରାମରୁ ଓଡି -୦୯-ଆର ୫୨୮୨ ଟାଟା ମେକସିମୋ ସୁପ୍ରିୟ ଗାଡି ଯୋଗେ ତିରିଶ ଜଣ ଲୋକ ଏକ ସଦଖୁଆଣି ପାଇଁ ବାରିପଦା ଯାଉଥିଲେ । ଏହି ସମୟରେ ଦୂର୍ଭାଗ୍ୟ ବଶତଃ ଗାଡିଟି ନୂଆ ଗାଁ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଆହାତ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଯଶିପୁର ଡାକ୍ତରଖାନା କୁ ଅଣାଯାଇଥିଲା । ଡାକ୍ତର ସେଠାରେ ଜଣ ଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡାଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରିରଖିଅଛି ।