Onn 3

ବ୍ୟବସାୟୀଙ୍କ ବିୟୋଗରେ ବ୍ୟବସାୟୀ ସଂଘର ଶୋକ ସଭା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଛକ ବ୍ୟବସାୟୀ ସଂଘ ର ବରିଷ୍ଠ ସଭ୍ୟ ଷ୍ଟାଲିନ ରାଉତଙ୍କ ଅକାଳ ବିୟୋଗରେ କାର୍ଯ୍ୟାଳୟ ପରିସରରେ ଏକ ଶୋଭସଭା ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଅର୍ନ୍ତଯ୍ୟାମୀ ରାଉତଙ୍କ ପୌରହିତ୍ୟରେ ଏଥ୍‌ôରେ ଶିକ୍ଷାବିତ୍ ଦାମୋଦର ବିଶ୍ୱାଳ, ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ, ସଂଘର ଉପସଭାପତି ସେକ୍ ନୁର ଉଦ୍ଦିନ୍‌, ସମ୍ପାଦକ ଶରତଚନ୍ଦ୍ର ରାଉତ, ଶହ ସମ୍ପାଦକ ହରେକୃଷ୍ଣ ରାଉତ, କୋଷାଧ୍ୟକ୍ଷ ପ୍ରକାଶ ନାୟକ,ସଭ୍ୟ ଅନନ୍ତ ସେଠୀ, ମହେନ୍ଦ୍ର ମୁଦୁଲି, ନିରଞ୍ଜନ ବେହେରା, ସୁଶାନ୍ତ ସାହୁ, ସୁଶାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାଉତଙ୍କର କର୍ମନିଷ୍ଠ ଓ ସଂଘ ପରିଚାଳନାରେ ଉତ୍ତମ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିବା ସହିତ ଏଭଳି ବ୍ୟକ୍ତିଙ୍କୁ ହରାଇଥିବାରୁ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଆଉ ପୂରଣ ହୋଇପାରିବ ନାହିଁ ପ୍ରକାଶ କରି ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏହି ଅବସରରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।