Onn 3

ଅଯୋଧ୍ୟା ଅକ୍ଷତ କଳସ ଶୋଭାଯାତ୍ରା

State

ନିଶ୍ଚିନ୍ତକୋଇଲି: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ଙ୍କ ନିର୍ଦ୍ଦେଶ କ୍ରମେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶରେ ପରିକ୍ରମା କରୁଥିବା ଅକ୍ଷତ କଳସ ବୁଧବାର ଦିନ ନିଶ୍ଚିନ୍ତକୋଇଲି ରଘୁନାଥଜୀଉ ମନ୍ଦିରରେ ପହଞ୍ଚିଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନିଶ୍ଚିନ୍ତକୋଇଲି ଖଣ୍ଡର ସଂଯୋଜକ ରଂଜନ କୁମାର ଦାସ, ସହ ସଂଯୋଜକ ଅଶୋକ ମହାପାତ୍ର ଓ କମଳାକ୍ଷ ପ୍ରସାଦ ଦାସଙ୍କ ନେତୃତ୍ୱରେ ଭାତପଡ଼ା ରାମମନ୍ଦିରରୁ ଉକ୍ତ ଅକ୍ଷତ କଳସକୁ ଏକ ରଥ ଯୋଗେ ଶୋଭାଯାତ୍ରାରେ ଅଣାଯାଇଥିଲା । ଏହି ରଥ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକମାନେ ବନ୍ଦାପନା କରି ସ୍ୱାଗତ ଜଣାଇଥିଲେ ।

ଉକ୍ତ ବ୍ଲକରେ ଥିବା ୪୧ଗୋଟି ପଞ୍ଚାୟତର ପ୍ରତିନିଧି ମଣ୍ଡଳ ମାନଙ୍କ ଦ୍ୱାରା ରାମମନ୍ଦିର ପ୍ରତିଷ୍ଠା ଗୃହ ସମ୍ପର୍କ ଅଭିଯାନ ରେ ଏହି ଅକ୍ଷତ କଳସ ଶୋଭାଯାତ୍ରାରେ ଯାଇ ପ୍ରତ୍ୟେକ ପରିବାରରେ ପହଞ୍ଚିବ । ରାମମନ୍ଦିର ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ପରିବାରବର୍ଗଙ୍କୁ ନିମନ୍ତ୍ରଣ ପତ୍ର ସହ ମହାପ୍ରଭୁ ଶ୍ରୀରାମଙ୍କ ଫଟୋଚିତ୍ର ଏବଂ ଅକ୍ଷତ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଶଶିକାନ୍ତ ପଣ୍ଡା, ପ୍ରଫୁଲ୍ଲ ମହାପାତ୍ର,ମୀନକେତନ ଦାସ,ସୁବୋଧ ଷଢଙ୍ଗୀ,ଶିଶୁ ମନ୍ଦିର ପିଚାଳନା କମିଟି ସଭାପତି ଦୀପାଞ୍ଜଳୀ ମିଶ୍ର, ବିଦ୍ୟୁତଲତା ପଣ୍ଡା, ପ୍ରଧାନାଚାର୍ଯ୍ୟ ପ୍ରାଣକୃଷ୍ଣ ମଲିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତ୍ୟେକ ହିନ୍ଦୁ ସମ୍ପୃକ୍ତି ହେବା ପାଇଁ ସ୍ୱୟଂ ସେବକ ସଂଘ ପକ୍ଷରୁ ଆହ୍ୱାନ କରାଯାଇଛି ।