Onn 3

ନୂଆ ଓଡ଼ିଶା ଯୁବ ଓଡ଼ିଶାରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ର ପୁରସ୍କାର ବିତରଣ

sports State

ନିଶ୍ଚିନ୍ତକୋଇଲି :ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେଉଥିôବା ବ୍ଲକ ସ୍ତରୀୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ ପଞ୍ଚାୟତ ପ୍ରହଲ୍ଲାଦ କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ପୂର୍ବରୁ ବ୍ଲକ ସ୍ତରରେ ଖେଳିବା ପାଇଁ ୧୭୦ଟି ଟିମ୍ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲାବେଳେ ୬ଟି ଜୋନ୍ ଦ୍ୱାରା ସମ୍ପୃକ୍ତ ଟିମ୍ ମାନଙ୍କୁ ନେଇ ହକି, ଫୁଟବଲ, ଭଲିବଲ, ଖୋ ଖୋ, କବାଡ଼ି ଆଦି ଖେଳ କରାଯାଇ ଚମ୍ପିୟନ୍ ଓ ଉପଚମ୍ପିୟନ ଦଳକୁ ଚୟନ କରାଯାଇଥିଲା । ବୁଧବାର ପୂର୍ବାହ୍ନରେ କ୍ରିକେଟ ପ୍ରତିଯୋଗିତାକୁ ବିଡ଼ିଓ ଧର୍ମରଂଜନନ ପଣ୍ଡା ଉଦ୍‌ଘାଟନ କରିଥିଲାବେଳେ ଏଥିରେ ତହସିଲତାର ଦିଲ୍ଲୀପ କୁମାର ନାୟକ, ଆଇଆଇସି ଯୁଗଳକିଶୋର ଦାସ, ବ୍ଲକ ଅଧ୍ୟକ୍ଷା ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ , ଯୁବନେତା ମନୋଜ ସେଠୀ ,ଜିଲ୍ଲାପରିଷଦ ସଭ୍ୟ ବିପ୍ଲବ କାପ, ଭୂପତିଭୂଷଣ ଷଣ୍ଢ, ଜସ୍ମିତା ସେଠୀ, ସରପଞ୍ଚ ହିମାଂଶୁନାରାୟଣ ମଲ୍ଲ, ଗୋପବନ୍ଧୁ ସେଠୀ ପ୍ରମୁଖ ଯୋଗଦେଇଥିଲେ । ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ବିଭିନ୍ନ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳୀମାନଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ତାଲିମ ଦେବା ନିମନ୍ତେ ବ୍ୟବସ୍ଥା କରାଯିବା ସହିତ ପଞ୍ଚାୟତ ସ୍ତରରେ ଖେଳର ଅଭ୍ୟାସ ପାଇଁ ଆବଶ୍ୟକ ହେଲେ ଅନୁଦାନ ଯୋଗାଇଦେବାକୁ ପ୍ରକାଶ କରିଥିଲେ ।

ଏହି ଅବସରରେ କ୍ରିକେଟରେ ଚମ୍ପିୟନ ହୋଇଥିବା ସାନ୍ତପୁର ବିବିସି ଟିମ୍ ,ଫୁଟବଲରେ ଚମ୍ପିୟନ ହୋଇଥିବା ନଗସପୁରର ଆଜାଦ୍ ହିନ୍ଦ୍ ଆଥଲେଟିକ୍ କ୍ଲବ, ଭଲି ବଲ ଓ ଖୋ ଖୋ ରେ ଚମ୍ପିୟନ ହୋଇଥିବା କେନ୍ଦୁପାଟଣା ଟିମ୍ , କବାଡ଼ିରେ ଚମ୍ପିୟନ ହୋଇଥିବା ନତକାଇ ଫ୍ରିଡ଼ମ୍ ଫାଇଟର ଟିମ୍ ଏବଂ ମହିଳା କବାଡ଼ିରେ ଚମ୍ପିୟନ ହୋଇଥିବା ନିଶ୍ଚିନ୍ତକୋଇଲି କବାଡ଼ି କ୍ଲବକୁ ଟ୍ରଫି ସମେତ ନଗଦ ୨୦ହଜାର ଟଙ୍କା ଅର୍ଥରାଶି ଏବଂ ପ୍ରଥମ ରସର୍ଦଅପ ଟିମକୁ ୧୫ହଜାର ଟଙ୍କା ଏବଂ ଦ୍ୱିତୀୟ ରସର୍ସଅପ ଦୁଇଟି ଲେଖାଏ ଟିମକୁ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଅଶୋକ ଓଝା ପୌରହିତ୍ୟ କରିଥିଲା ବେଳେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ବିତ୍ତ ଅଧିକାରୀ ସୌମ୍ୟନନ୍ଦନ ପଟ୍ଟନାୟକ, ଗ୍ରାମପଞ୍ଚାୟତ ଅଧିକାରୀ ବିଷ୍ଣୁଚରଣ ବେହେରା, ସହକାରୀ ଯନ୍ତ୍ରୀ ବିଭୁଦତ୍ତ ରାଉତରାୟ,ଅନାମଚରଣ ବିଶ୍ୱାଳ,ବିଜୟ ସେଠୀ,ଏନବି ଦଳବେହେରା,ସମତା ଦେବତା,ପ୍ରିୟଦର୍ଶିନୀ ରାଉତ,ବନ୍ୟା ମହାନ୍ତି, ଲିଲିନା ନାୟକ, ମୁଖ୍ୟ କିରାଣୀ ଦିବ୍ୟଲୋଚନ ସ୍ୱାଇଁ, କ୍ୟାସିୟର ମହମ୍ମଦ ଜିଆ ଉଦ୍ଦିନ୍ ,ସିପି ତାପସ ତନୟ ପଟ୍ଟନାୟକ, ବିଆରସି ପ୍ରଦୀପ୍ତ ମହାନ୍ତି, ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସଭ୍ୟା ଏବଂ ଜନପ୍ରତିନିଧି ମାନେ ଉପସ୍ଥିତ ହୋଇଥିଲେ । ଶେଷରେ ବିଡ଼ିଓ ଧର୍ମରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।