Onn 3

ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ

sports State

ବାରିପଦା : ସ୍ଥାନୀୟ ବାରିପଦା କଲେଜ ପଡିଆରେ ସିକ୍ରେଟ – ୧୧ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ ଭେଟେରାନ ଟି – ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନର ପ୍ରଥମ ମ୍ୟାଚରେ ଏଟାକ ୧୧ ତୁଳସୀଚୌରା କ୍ରିକେଟ କ୍ଲବକୁ ୮୫ ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଏଟାକ ୧୦ ଓଭରରେ କୌଣସି ଉଇକେଟ ନ ହରାଇ ୧୬୪ ରନ କରିଥିଲେ I ଦଳ ପକ୍ଷରୁ ଦୀପକ କୁମାର ବେହେରା ୮୫ ଓ ଭରତ କୁମାର ସ୍ୱାଇଁ ୬୪ ରନ କରିଥିଲେ I ଉତ୍ତରରେ ତୁଳସୀଚୌରା ୧୦ ଓଭରରେ ୩ ଟି ଉଇକେଟ ହରାଇ ମାତ୍ର ୭୯ ରନ ହାସଲ କରିପାରିଥିଲେ I ଦଳ ପକ୍ଷରୁ ଗୌରାଙ୍ଗ ଦେ ୨୭ ଓ ଟୁଟୁ ୨୨ ରନ କରିଥିଲେ I ଦ୍ଵିତୀୟ ମ୍ୟାଚରେ ସିକ୍ରେଟ ଦଳ ଜିଲ୍ଲା ବାର ଏସୋସିଏସନକୁ ୧୦୭ ରନ ରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ସିକ୍ରେଟ ୧୦ ଓଭରରେ ୪ ଉଇକେଟ ହରାଇ ୧୮୨ ରନ କରିଥିଲେ I ଦଳ ପକ୍ଷରୁ ସାମସେର ଆଲାମ ୯୯ ଓ ଦେବ ୪୬ ରନ କରିଥିବାବେଳେ ବିପକ୍ଷ ଦଳର ରାଜୀବ ଦାସ ୩ ଟି ଉଇକେଟ ଅକ୍ତିଆର କରିଥିଲେ I

ଉତ୍ତରରେ ଜିଲ୍ଲା ବାର ଏସୋସିଏସନ ୧୦ ଓଭରରେ ୩ ଉଇକେଟ ହରାଇ ମାତ୍ର ୭୫ ରନ ହାସଲ କରିପାରିଥିଲେ I ଦଳ ପକ୍ଷରୁ କ୍ଷିତୀଶ ଚନ୍ଦ୍ର ମହାକୁଡ଼ ୩୯ ରନ କରିଥିବା ବେଳେ ବିପକ୍ଷ ଦଳର ପଙ୍କଜ କୁମାର ସାହୁ ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଶେଖ ଲାଇକୁଦ୍ଦିନ ଓ ଅଶୋକ ପାଲ ଖେଳ ପରିଚାଳନା କରିଥିବା ବେଳେ ଆନିଷ ମିଶ୍ର, ସମ୍ବିତ ସାହା ଓ ନାପିସଲ ହୁସେନ ସ୍କୋରିଙ୍ଗରେ ସହାୟତା କରିଥିଲେ I ଦୀପକ ଦାସ ଓ ଗୌତମ ଦାସ ଧାରା ବିବରଣୀ ଦେଇଥିଲେ I ଆସନ୍ତା କାଲିର ପ୍ରଥମ ମ୍ୟାଚ ଏ ଆର ଫାଇଟର ଓ ମା ଅମ୍ବିକା ୱାରିୟାର୍ସ ମଧ୍ୟରେ ଏବଂ ଦ୍ଵିତୀୟ ମ୍ୟାଚ ଡି ଆର କେ ଓ ଖୁଣ୍ଟା ମଧ୍ୟରେ ଖେଳାଯିବ ବୋଲି ଆୟୋଜକ ସନ୍ତୋଷ ଓତା ଜଣାଇଛନ୍ତି I