Onn 3

୨୦୨୪ ସାଧାରଣ ନିର୍ବାଚନ: ମୟୁରଭଞ୍ଜରେ ମତଦାନ କେନ୍ଦ୍ର ଗୁଡିକର ନାମକରଣ ଏବଂ ପରିବର୍ତନ ପାଇଁ ସର୍ବଦଳୀୟ ବୈଠକ

State

ବାରିପଦା:  ଚଳିତ ବର୍ଷ ହେବାକୁଥିବା ସାଧାରଣ ନିର୍ବାଚନ ପାଇଁ ସମସ୍ତ ପୂର୍ବ ପ୍ରସ୍ତୁତି ଚାଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏଥିପାଇଁ ଖୁବ ତତ୍ପରତା ଦେଖାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତାରେ, ଜିଲ୍ଲାର ସମସ୍ତ ଉପଖଣ୍ଡ ସ୍ତରୀୟ ପ୍ରଶାସନ ସହିତ ଏକ ସର୍ବଦଳୀୟ ପ୍ରତିନିଧି ମାନଙ୍କର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଥିବା ମତଦାନ କେନ୍ଦ୍ର ଗୁଡିକର ନାମକରଣ ଏବଂ କେନ୍ଦ୍ର ମାନଙ୍କର ସ୍ଥାନ ପରିବର୍ତନ ବିଷୟରେ ଆଲୋଚନା କର ଯାଇଥିଲା। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ସମଗ୍ର ଜିଲ୍ଲାରେ ୮୦ଟି ମତଦାନ କେନ୍ଦ୍ର ଗୁଡିକର ପୁନଃ ନାମକରଣ ଏବଂ ୧୦ଟି ମତଦାନ କେନ୍ଦ୍ର (ପାଞ୍ଚଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ) ଗୁଡିକର ସ୍ଥାନ ପରିବର୍ତନ କର ଯାଇଛି ଏବଂ ଏହି ବିବରଣୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠା ଯାଇଛି । ପ୍ରକାଶ ଥାଉକି, ଜିଲ୍ଲାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ୯ଟି, ବଡ଼ସାହିରେ ୩ଟି, ବାରିପଦାରେ ୨୧ଟି, ମୋରଡାରେ ୧୪ଟି ଏବଂ ଉଦଳାରେ ୩୩ଟି ମତଦାନ କେନ୍ଦ୍ର ମାନଙ୍କର ନାମ ପରିବର୍ତନ ପାଇଁ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି। ସେହିପରି ଭାବରେ ୧୦ଟି ମତଦାନ କେନ୍ଦ୍ର ଯଥାକ୍ରମେ, ବଡ଼ସାହି (୪), ବାରିପଦା (୪) ଏବଂ ମୋରଡା(୨) ନିର୍ବାଚନ ମଣ୍ଡଳୀଙ୍କର ସ୍ଥାନ ପରିବର୍ତନ ପାଇଁ ଆବେଦନ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠା ଯାଇଛି।

ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଏହା ମଧ୍ୟ କହିଥିଲେ ଯେ ଏହି ପରିବର୍ତନ ସ୍ଥାନୀୟ ବିଶେଷତା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି ଆଲୋଚନା ପରେ, ସମସ୍ତ ରାଜ୍ୟ ଏବଂ ଜାତୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ମାନଙ୍କର ପ୍ରତିନିଧି ମାନଙ୍କ ସହିତ ଜିଲ୍ଲାପାଳ ଏହି ନାମକରଣ ଏବଂ କେନ୍ଦ୍ର ମାନଙ୍କର ସ୍ଥାନ ପରିବର୍ତନ ବିଷୟରେ ବିମର୍ଷ କରିଥିଲେ। ସମସ୍ତ ରାଜନୈତିକ ଦଳ ମାନଙ୍କର ପ୍ରତିନିଧି ମାନେ ଏହି ପ୍ରସ୍ତାବ ପତ୍ର ଯାଞ୍ଚ ପରେ ଧନ୍ୟବାଦ ଅର୍ପଣ ସମେତ ଏହି ବୈଠକ ଶେଷ ହୋଇଥିଲା । ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରବୀଣ କୁମାର ପାତ୍ର, ଆମ ଆଦମୀ ପାର୍ଟିର ସଭାପତି ଶ୍ରୀ ଶଙ୍କର ମିଶ୍ର, ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀ ମୋଇ ପ୍ରକାଶ ଦାଶ, ସିପିଆଇ (ଏମ)ର ପ୍ରତିନିଧି ଶ୍ରୀ ଅନମୋଲ ଦେ ପ୍ରମୁଖ ଉପସ୍ଥିତ ଥିବା ବେଳେ ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ , କପ୍ତିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ପ୍ରତୀକ କୁମାର ପଣ୍ଡା, ବାରିପଦା ଡେପୁଟି କଲେକ୍ଟର, ଶ୍ରୀ ଅନିଲ କୁମାର ମହାନ୍ତି, ବାରିପଦା ସହକାରୀ ଜିଲ୍ଲାପାଳ, ଶ୍ରୀ ନିହାର ରଞ୍ଜନ ଦାସ ଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିବା ପ୍ରକାଶ।