Onn 3

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟେକେନ୍ଦ୍ର, ଚାଲିଛି ଭିତ୍ତିଭୂମିର ବିକାଶ କାର୍ଯ୍ୟ; ଜାଗା ମାଲିକଙ୍କୁ ମିଳିନି ପ୍ରାପ୍ୟ

State

ଆଗରପଡ଼ା : ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲିଥିବା ବେଳେ ଜାଗା ମାଲିକଙ୍କୁ ତାଙ୍କ ପ୍ରାପ୍ୟ ତମିଳିନଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ; ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ ଅଧିନ ଟିକିରା ମୌଜାର ଖାତା ନଂ ୮୮/୧୭୫,ପ୍ଲଟ ନଂ ୧୫ରେ ଥିବା ୧୧ଡ଼ିସିମିଲ ଜାଗାର ମାଲିକ ସ୍ୱର୍ଗତ ଏକାଦଶୀ ମାହାରଙ୍କ ସ୍ତ୍ରୀ ଲକ୍ଷ୍ମୀ ମାହାର ଅଟନ୍ତି । ପୂର୍ବରୁ ଏହି ଜାଗା ଉପରେ ଭୂଲବଶତଃ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ତିନିମହଲା କୋଠାଘର ନିର୍ମାଣ ହୋଇଥିବାର ଅଭିଯୋଗ ହୋଇଥିଲା । ଏବଂ ବର୍ତ୍ତମାନ ମଧ୍ୟ ଆଉ ଅବଶିଷ୍ଟ ଜାଗା ଉପରେ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ପ୍ରଥମେ ଉକ୍ତ ଜାଗା ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ଜାଗା ମାଲିକ ଏହାକୁ ବିରୋଧ କରିଥିଲେ ।

ପରେ ସ୍ଥାନୀୟ ରାଜନେତା ଓ ରୋଗୀ କଳ୍ୟାଣ ସମିତି କର୍ମକର୍ତ୍ତା ଙ୍କ ହସ୍ତକ୍ଷେପ ପରେ ଜାଗା ମାଲିକ ଏହି ଜାଗାକୁ ସରକାରୀ ମୂଲ୍ୟରେ ହସ୍ତାନ୍ତର କରିବେ ବୋଲି ଗତ ନଭେମ୍ବର ମାସ ୧୧ ତାରିଖରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ । ଉକ୍ତ ଜାଗା ଲକ୍ଷ୍ମୀ ମାହାରଙ୍କ ବୋଲି ତଦନ୍ତ ପରେ ବନ୍ତ ତହସିଲଦାର ତାଙ୍କ ଚିଠିନଂ୮୦୪୫/୨୯.୧୧.୨୦୨୩ରେ ଉଲ୍ଲେଖ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲାର ଏକ ମାତ୍ର ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତି ଭୂମି ଉନ୍ନତି ପାଇଁ ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ହୋଇଥିବାରୁ ଜିଲ୍ଲା ପ୍ରଶାସନ ପାଖରେ ତାଙ୍କ ପ୍ରାପ୍ୟ ପାଇଁ ନିଦେଦନ କରିଥିବା ଲକ୍ଷ୍ମୀ ମାହାରଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବାର ସୁବନ୍ଦୋବସ୍ତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।