Onn 3

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା: ତା-୧୮-୧ – ୨୦୧୮ ଅଗଷ୍ଟ ୨୭ ତାରିଖରେ ମୟୁରଭଞ ଜିଲା ଯଶିପୁର ଥାନା ଅଞ୍ଚଳରେ ରେ ଜନୈକା ଯୁବତୀ ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ଏସ କେ ନାଏକ ଅଭିଯୁକ୍ତ ମୟୁରଭଞ ଜିଲା ଯଶିପୁର ଥାନା ଅନ୍ତର୍ଗତ ଝାନୁରିପୋଷି ଗ୍ରାମର ବିଶ୍ୱନାଥ ଚାଟାର (୩୬) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬(୩)(୨)(ଏନ) /୫୦୬ ରିଡ ଉଇଥ ସେକସନ ୬ ଅଫ ପୋକସୋ ଆକ୍ଟ ଅନୁଯାୟୀ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପିଡୀତା ର ସମ୍ପର୍କୀୟ ଙ୍କ ପକ୍ଷରୁ ୨୯-୮-୨୦୧୮ ରିଖ ରେ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ପିଡୀତା ଯୁବତୀ ତାଙ୍କର ଜଣେ ସମ୍ପର୍କୀୟ ଙ୍କ ଝିଅ ଅଟେ ଏବଂ ତାଙ୍କ ଘରେ ରହୁଥିଲା । ଗତ ୨୭-୮-୨୦୧୮ ରିଖ ଅପରାହ୍ନ ୪ ଟା ସମୟରେ ପିଡୀତା ଯୁବତୀ ବାହାରକୁ ଯାଇ ଆଉ ରାତ୍ରୀ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା । ତହିଁପରଦିନ ସକାଳ ୭ ଟା ସମୟରେ ସିଏ ଘରକୁ ଫେରିଥିଲା । ତାକୁ ପଚାରିବାରୁ ଯୁବତୀ ଜଣକ କହିଲା ବର୍ଷା ଦେଉଥିବା ଯୋଗୁଁ ସିଏ ଉକ୍ତ ଗ୍ରାମର ରାଇଚରଣ ନାମକ ଜଣକ ଘର ପାଖରେ ଠିଆ ହୋଇଥିଲା ।

ଏହି ସମୟରେ ଅଭିଯୁକ୍ତ ବିଶ୍ୱନାଥ ତା ପାଖକୁ ଆସି ତା ସହିତ କଥାବାର୍ତ୍ତା ହୋଇଥିଲା । ଏବଂ ସିଏ ତାର ସମ୍ପର୍କୀୟ ର ପରିଚୟ ଦେଇ ନିଜ ଘରକୁ ଡାକି ନେଇଥିଲା । ରାସ୍ତାରେ ଏକ ଜଙ୍ଗଲ ନିକଟରେ ତାକୁ ଜୀବନରୁ ମାରିଦେବାର ଧମକ ଦେଇ ତା ସହିତ ଜୋଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହାପରେ ଅଭିଯୁକ୍ତ ତାର ସମ୍ପର୍କୀୟ ଅନ୍ୟ ଜଣକ ଘରକୁ ତାକୁ ନେଇ ତା ସହିତ ପୁଣି ଦୁଷ୍କର୍ମ କରିଥିଲା । ଏ ବାବଦରେ ଯଶିପୁର ଥାନାରେ କେସ ନମ୍ବର ୮୯/୨୯-୮-୨୦୧୮ ରେ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ଉକ୍ତ ଦିନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୮ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଆଇନଜିବୀ ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।