Onn 3

ବ୍ରହ୍ମକ୍ଷେତ୍ରରେ ରାମଚରିତ ମାନସ ଉଦଯାପିତ

State

ନିଶ୍ଚିନ୍ତକୋଇଲି : ଜିଗ୍ନୀପୁର ସ୍ଥିତ ବ୍ରହ୍ମକ୍ଷେତ୍ର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ୯ଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ସ୍ୱପ୍ନାଦେଶ କ୍ରମେ ପ୍ରବଚକ ବିଭୂତି ମହାରାଜଙ୍କ ଦ୍ୱାରା ଉକ୍ତ ପାରାୟଣ କାର୍ଯ୍ୟକ୍ରମ ଏବଂ ପ୍ରତ୍ୟେକ ସନ୍ଧ୍ୟାରେ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଉପଦେଶ ରୂପକ ରାମଚରିତ ମାନସ ଆବୃତ୍ତି କରିଥିଲେ ।

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶ୍ରୀ ଜୀଉଙ୍କ ମ୍ୟାନେଜିଂ ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା, କୂଳ ପୁରୋହିତ ବନବିହାରୀ ମିଶ୍ର ଉପସ୍ଥିତ ହୋଇଥିଲେ । ଶ୍ରୀଜୀଉଙ୍କ ମୁଖ୍ୟ ପୂଜକ ହେମନ୍ତ ପଣ୍ଡା, ପ୍ରୀତିରଂଜନ ପଣ୍ଡା, ଜଗତଜୀବନ ପଣ୍ଡା, ଧ୍ରୃବଚରଣ ପଣ୍ଡା, ଶାରଦା ପ୍ରସାଦ ମିଶ୍ର, ସବ୍ୟାସାଚ୍ଚୀ କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଭକ୍ତ ଏଠାରେ ଯୋଗଦାନ କରି ଶ୍ରୀରାମଙ୍କ କୃପା ଲାଭ କରିଥିଲେ । ଗୁରୁଚରଣ ସାମଲ ,କୁଞ୍ଜମୋହନ ଦାସ ,ରବୀନ୍ଦ୍ର ସେଠୀ, ସରୋଜ ଦାସ,ମାଧବ ସାହୁ, ନିରଞ୍ଜନ ଦଳାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।