ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମରେ ଥିବା ନନ୍ଦକିଶୋର ଜେନା ସ୍ୱୃତି କମିଟି ପକ୍ଷରୁ ସ୍ୱର୍ଗତ ନନ୍ଦକିଶୋର ଜେନା ଏବଂ ତାଙ୍କ ପତ୍ନୀ ଗେହ୍ଲେଇ ଜେନାଙ୍କ ଅସ୍ଥି ବିସର୍ଜନ ଜନିତ ଶ୍ରାଦ୍ଧୋତ୍ସବ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ସ୍ମୃତି କମିଟିର ଉପସଭାପତି ଶିକ୍ଷାବିତ୍ ବଟକୃଷ୍ଣ ସ୍ୱାଇଁଙ୍କ ପୌରହିତ୍ୟରେ ଏଥ୍ôରେ ମୁଖ୍ୟ ଅତିଥି ଭାବେ ପ୍ରବଚକ ତଥା ଶିକ୍ଷାବିତ୍ ଶାରଦାପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଭାବେ ସମାଜସେବୀ ନାରାୟଣ ଦ୍ୱିବେଦୀ, ସମ୍ମାନୀତ ଅତିଥି ଭାବେ କବି ଫକୀର ଚରଣ ନାୟକ , ଶିକ୍ଷାବିତ ସୁଧିରଚନ୍ଦ୍ର ଷଢଙ୍ଗୀ, କୃଷ୍ଣଚନ୍ଦ୍ର ନାୟକ, ବୈଷ୍ଣବଚରଣ ବରାଳ, ଅକ୍ଷୟ ସ୍ୱାଇଁ , କାର୍ତ୍ତିକ ଦାସ, ଶରତ ଦାସ, ତନ୍ମୟ ଦାସ, ଅମିତା ସାହୁ, ମହେନ୍ଦ୍ରନାଥ ପ୍ରଧାନ, ଭାଗବତ ମହାନ୍ତି, ବୃନ୍ଦାବନ ସ୍ୱାଇଁ, ନିରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଦିବଂଗତ ଦମ୍ପତ୍ତିଙ୍କ ର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରି ସ୍ମୃତିଚାରଣ କରିଥିଲେ । ଜେନା ଦମ୍ପତ୍ତିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଶରତ ଜେନା, ଜିତେନ୍ଦ୍ର ପାତ୍ର, ଆଦ୍ୟାଶା ପୂର୍ଣ୍ଣିମା, ଆଦର୍ଶ ଜେନାଙ୍କ ସହଯୋଗରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ଫଳ ଚାରା ରୋପଣ କରାଯାଇଥିଲା ।
ଏହି ଅବସରରେ ସ୍ମୃତି କମିଟି ପକ୍ଷରୁ ଶିକ୍ଷାକ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ଅଧ୍ୟାପକ ସୁଧିର କୁମାର ଦାସ , ସଂଗୀତ କ୍ଷେତ୍ରରେ କଣ୍ଠଶିଳ୍ପୀ କୁମାର ସାନୁ , ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ସୁଶାନ୍ତ କୁମାର ପଣ୍ଡା , ସମାଜସେବା କ୍ଷେତ୍ରରେ ଗଗନବିହାରୀ ସାହୁଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରକୃତି ବନ୍ଧୁ ଅଭୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।