Onn 3

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ବ୍ୟାପକ ସଚେତନତା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ଉତ୍ତରକୂଳ ଠାରେ ଥିବା ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ଶିକ୍ଷା ଓ ବୈଷୟିକ ବିଦ୍ୟାଳୟରେ ନୂଆ-ଓ , ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସମାଜ ମଙ୍ଗଳ ପାଇଁ ଜନସାଧାରଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସଚେତନତା କରାଯାଇଛି । ଗତ ୬ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୬ଦିନ ବ୍ୟାପୀ ଉତ୍ତରକୂଳ , ସାହାଣୀସାହି, ମଠସାହି,ମହାନ୍ତି ସାହି, ଦଳିତ ସାହି ଆଦି ଗ୍ରାମକୁ ଯାଇ ଛାତ୍ର ଛାତ୍ରୀମାନେ ସୁସ୍ଥ ଜୀବନର ମାର୍ଗ ଅଭିଯାନ , ପରିମଳ ଓ ପରିବେଶ ସଫେଇ, ପ୍ଲାଷ୍ଟିକମୁକ୍ତ ସମାଜ ଗଠନ, ନିଶାମୁକ୍ତ ଅଭିଯାନ ଏବଂ ସାକ୍ଷରତା ସଚେତନତା କରିଥିଲେ ।

ଅଧ୍ୟାପକ ତିଳୋତ୍ତମା ନାୟକଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀମାନେ ବିଭିନ୍ନ ଶ୍ଳୋଗାନ ଦେବା ସହିତ ହାତରେ ପ୍ଲାଗ କାର୍ଡ଼ ଧରି ଗ୍ରାମ ପରିକ୍ରମା କରିଥିଲେ । କଲେଜ ପରିସରରେ ଏକ ସଚେତନତା ସଭାରେ ଅଧ୍ୟାପକ ଡ଼.ବିଜୟ କୁମାର ରାଉତ ଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଜ୍ଞାନରଂଜନ ଦାସ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ବିପିନ କୁମାର ମହାନ୍ତି, ଅଧ୍ୟାପକ ପ୍ରଦିପ୍ତ କୁମାର ତ୍ରିପାଠୀ, ଅଧ୍ୟାପିକା ଭାଗ୍ୟଶ୍ରୀ ଦାସ, ଅଧ୍ୟାପିକା ବିଜୟଲକ୍ଷ୍ମୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ନରେଶ ଦାସ, ପୁରୁଷୋତ୍ତମ ସାହୁ, କରୁଣାକର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।