Onn 3

ବିଦ୍ୟାଳୟ ସ୍ତରୀୟ ଗଣିତ ଓ ବିଜ୍ଞାନ ମେଳାରେ ୩୫ ପ୍ରକଳ୍ପ ପ୍ରଦର୍ଶିତ

State

ନିଶ୍ଚିନ୍ତକୋଇଲି: ଜିଗ୍ନୀପୁର ପଞ୍ଚାୟତ ସ୍ଥିତ ବାହାବଳପୁର ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଗଣିତ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥ୍‌ôରେ ଛାତ୍ର ଛାତ୍ରୀମାନେ ବିଜ୍ଞାନ ବିଷୟରେ ୨୦ଟି ପ୍ରକଳ୍ପ ଓ ଗଣିତ ବିଷୟରେ ୧୫ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଉକ୍ତ ବିଜ୍ଞାପ ପ୍ରଦର୍ଶନୀକୁ ସ୍କୁଲ ପରିଚାଳନା କମିଟିର ସଭାପତି କସର ଖାନ୍ ଉଦଘାଟନ କରିଥିଲେ ।

ପ୍ରଧାନଶିକ୍ଷୟିତ୍ରୀ ରାବେୟା ସରୱରଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ସିଆରସିସି ବୈକୁଣ୍ଠ ସାହୁ, ମୁଖ୍ୟ ବକ୍ତା ଭାବେ ବିଜ୍ଞାନ ଶିକ୍ଷକ ହରପ୍ରସାଦ ଷଢଙ୍ଗୀ, ସମ୍ମାନୀତ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ନିରଞ୍ଜନ ସାହୁ, ଶିକ୍ଷକ ହେମଲତା ନାୟକ, ପରୱାନା ଅନଜୁମ୍‌, ଉପସଭାନେତ୍ରୀ ସୁମିରା ବିବି ପ୍ରମୁଖ ଯୋଗ ଦେଇଥିଲେ । ବିଜ୍ଞାନ ପ୍ରକଳ୍ପରେ ୧୦ ଜଣ ଓ ଗଣିତ ପ୍ରକଳ୍ପରେ ୧୦ଜଣ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।