Photo For The News Of Shreejew

କପାଳୀକ୍ଷେତ୍ରରେ ଶ୍ରୀଜୀୟୁଙ୍କ ନବଯୈାବନ ଦର୍ଶନ

State

ଆଗରପଡ଼ା :ପବିତ୍ର ସ୍ନାନ ପୂର୍ଣିମା ଦିନ ଠାରୁ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରେ ରହଣି ପରେ ସୁସ୍ଥ ହୋଇ ଆଜି ନୂତନବେଶ ରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି ।ଏହି ଅବସରରେ ବନ୍ତ ବ୍ଲକ ଅଧିନସ୍ଥ ରାମଚନ୍ଦ୍ରପୁର ପଂଚାୟତର ନିମାପଡ଼ା ସ୍ଥିତ କପାଳି କ୍ଷେତ୍ର ଠାରେ ଅଧିଷ୍ଠିତ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀ ଶୁଦର୍ଶନ ଙ୍କ ନବଯୌବନରେ ଦର୍ଶନ ଅନୁଷ୍ଠିତ ହୋଇଥିଲା । । ଶନିବାର ପ୍ରତ୍ୟୁଷ ରୁ ଶ୍ରୀ ଜୀୟୁଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇ ନୂତନବେଶରେ ସୁସଜ୍ଜିତ କରାଯାଇଥିଲା । ପରେ ମଙ୍ଗଳ ଆଳତି ସହ ସୂର୍ଯ୍ୟପୂଜା ପରେ ସକାଳ ୯ଘଟିକା ସମୟରେ ସର୍ବସାଧାରଣ ଙ୍କ ଦର୍ଶନକରିବା ନିମିତ ପହଡ଼ ଖୋଲାଯାଇଥିଲା । ଶ୍ରୀ ଜୀୟୁଙ୍କ ନବଯୌବନକୁ ଦର୍ଶନ ଆଉ ଅର୍ଚ୍ଚନ ପାଇିଁ ଉକ୍ତ ଅଂଚଳର ବହୁ ଶ୍ରଦ୍ଧାଳୁ ମାନେ କୃତାର୍ଥ ହୋଇଥିଲେ । ମନ୍ଦିର ଚୂଡାରେ ମଧ୍ୟ ନୂତନ ଧ୍ୱଜା ସ୍ଥାପନା କରାଯାଇଥିଲା । ଏହାକୁ ପ୍ରଦାନକରିଥିଲେ ଆନନ୍ଦଚନ୍ଦ୍ର ମଣ୍ଡଳ ଓ ନାରାୟଣ ଚନ୍ଦ୍ର ଦାସ । ଉକ୍ତ ସ୍ଥାନରେ ଶ୍ରୀମଦ୍ ଭଗବତ୍ ଗୀତା, ଜଗନ୍ନାଥଙ୍କ ସହସ୍ର ନାମ, ଜଗନ୍ନାଥ ଷ୍ଟକ ଆଦି ପାଠ କରାଯାଇ,ନାମ ସଂକୀର୍ତନ ଆଦି କରାଯାଇଥିଲା । ଏହି ଅପୂବ ଦୃଶ୍ୟକୁ ଦର୍ଶନକରିôବା ପାଇଁ ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଙ୍କର ସମାଗମ ହୋଇଥିଲା । ଏଥିରେ ପୂଜକ ରୂପେ ପଣ୍ଡିତ ପଦ୍ମନାଭ ପଣ୍ଡା,ଅନ୍ନଦା କରଶର୍ମା,ରବିନ୍ଦ୍ର ରାଉତ ଓ ମହାପ୍ରଭୁଙ୍କର ନୂତନ ବେଶ କୁ ଶିଳ୍ପୀ ପଦ୍ମଲୋଚନ ସାହୁ ପ୍ରମୁଖ କାର୍ଯ୍ୟ ନିର୍ବାହ କରିଥିଲେ । ଉକ୍ତ ସ୍ଥାନରେ ଶ୍ରଦ୍ଧାଳୁ ଦର୍ଶକ ମାନଙ୍କପାଇଁ ମହା ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା । ଏହାକୁ ସହଯୋଗ କରିଥିଲେ ମନ୍ଦିର ଓ ନବକଳେବର କମିଟିର ସଦସ୍ୟ ବୃନ୍ଦ । ସେହିପରି ବନ୍ତ, ନିଳୋକ, ବସନ୍ତିଆ,ସାନବର୍ଚ୍ଚିକଆଁ, ହାସିନାପୁର ,କୁଆଁରନ୍ଦା,ମାଳତିରା,କାଉପୁର ସହ ବରପଦା ର ସରସ୍ୱତୀ ବିହାର ସ୍ଥିତ ଶଂଖକ୍ଷେତ୍ର ଠାରେ ମଧ୍ୟ ଯଥାରୀତିି ରେ ମହାପ୍ରଭୁ ଙ୍କର ନବଯୌବନ ଦର୍ଶନ ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଥିଲା ।