Onn 3

ଶିମିଳିପାଳରୁ ହାତୀ ଦାନ୍ତ ଜବତ, ୪ ଗିରଫ

Crime State

 

tusks

ଶିମିଳିପାଳ ପାଦଦେଶରୁ ହାତୀ ଦାନ୍ତ ସହ ୪ ଗିରଫ। ହାତୀଦାନ୍ତ ଡିଲ ବେଳେ ଚଢଉ କରି ଗିରଫ କଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳର ଦିଲଗଞ୍ଜ ଅଞ୍ଚଳରେ ଜବତ ହୋଇଛି ହାତୀ ଦାନ୍ତ। ହାତୀ ଦାନ୍ତ ଡିଲ ନେଇ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଖବର ପାଇବା ପରେ ଚମ୍ପାଝର ଗ୍ରାମପଞ୍ଚାୟତର ଦିଲଗଞ୍ଜ ଅଞ୍ଚଳରେ ଠାକୁରମୁଣ୍ଡା, କରଞ୍ଜିଆ ଏବଂ ସାତକୋଶିଆର ବନ କର୍ମଚାରୀ ମିଳିତ ଭାବେ ଚଢଉ କରିଥିଲେ।

ଚଢଉ ବେଳେ ଦୁଇଟି ହାତୀଦାନ୍ତ ସହିତ ୪ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଏମାନେ ବ୍ୟବହାର କରିଥିବା ୩ଟି ବାଇକ ମଧ୍ୟ ଜବତ କରାଯାଇଛି। ଘଟଣା ସ୍ଥଳରୁ ଆଉ ଦୁଇ ଜଣ ଅଭିଯୁକ୍ତ ଖସି ଯାଇଥିବା ଜଣାପଡ଼ିଛି। ହାତୀଦାନ୍ତ ଡିଲ ନେଇ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ।