Order Decree Judgement 1

ହତ୍ୟାକାରୀ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ମୟୁରଭଞ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ନେଦାଭାଡି ଗ୍ରାମରେ ୨୦୨୩ ମସିହା ମାର୍ଛ ୨୫ ତାରିଖରେ ଘଟିଥିବା ଏକ ବିଭତ୍ସ ହତ୍ୟାକାଣ୍ଡ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲା ଓ ଦୈାରାଜଜ (ପ୍ରଥମ) ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ଉକ୍ତ ଗ୍ରାମର ପାଥାରା ଓରଫ ରାଜେଶ ମହାନ୍ତ (୩୬) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ ଅଭିଯୋଗକାରୀ ବିକାଶ ରଞନ ମହାନ୍ତ ଙ୍କ ପକ୍ଷରୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ୨୫-୩-୨୦୨୩ ରିଖ ସନ୍ଧ୍ୟା ୬.୩୦ ଟା ପାଖାପାଖି ତାଙ୍କ ପିତା ଅନୀଲ କୁମାର ମହାନ୍ତ ଙ୍କୁ ଅଭିଯୁକ୍ତ ରାଜେଶ ମହାନ୍ତ ଏକ କଟୁରୀରେ ତାଙ୍କ ବେକକୁ ହାଣିଦେଇଥିଲା । ଫଳରେ ତାଙ୍କୁ ଗୁରୁତର ଆହାତ ଅବସ୍ଥାରେ ପ୍ରଥମେ ଶିର୍ଷା ଡାକ୍ତରଖାନା ଏବଂ ପରେ ବାରିପଦା ଡାକ୍ତରଖାନା କୁ ନିଆଯାଇଥିଲା । ମାତ୍ର ବାରିପଦା ଡାକ୍ତରଖାନା ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ବାବଦରେ ଝାରପୋଖରିଆ ଥାନାରେ କେସ ନମ୍ବର ୭୧/୨୦୨୩ ରେ ଏକ ମାମଲା ରୁଜୁ କରାଯିବା ସହ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରି ଅଭିଯୁକ୍ତ କୁ ୨୬/୩/୨୦୨୩ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୬ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଅତିରିକ୍ତ ପି ପି କୃଷ୍ନଚନ୍ଦ୍ର ଦାସ ପରିଚାଳନା କରିଥିଲେ ।