Bms E

କେନ୍ଦୀୟ ମୁଣ୍ଡାରୀ ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷାଫଳ ପ୍ରକାଶିତ

State

ବାରିପଦା: କେନ୍ଦୀୟ ମୁଣ୍ଡାରୀ ମାଧ୍ୟମିକ ଶିକ୍ଷାବୋର୍ଡ ଦ୍‌ାରା ପରିଚାଳିତ ୨୦୨୩ ମସିହାର ମୁଣ୍ଡାରୀ ବାନୀ (ଲିପି) ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଅଛି । ଏ ବର୍ଷ ମୁଣ୍ଡାରୀ ବାନୀ (ଲିପି) ପରୀକ୍ଷା ପାଇଁ ଓଡିଶା , ଝାରଖଣ୍ଡ , ପଶ୍ଚିମବଙ୍ଗ ରାଜ୍ୟର ସବମୋଟ ୧୧୭୫ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଫର୍ମ ପୁରଣ କରିଥିଲେ ଓ ତା ୦୯/୦୬/୨୦୨୪ ରିଖ ରୁ ତା ୧୬/୦୬/୨୦୨୪ ମଧ୍ୟରେ ବୋର୍ଡ ଦ୍‌ାରା ଅନୁଷ୍ଠିତ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ୧୧୨୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷାରେ ପାଶ କରିଛନ୍ତି ବୋଲି ବୋର୍ଡର ଅଧ୍ୟକ୍ଷ ଶ୍ରୀ ରବିନ୍ଦ୍ର ନାଥ ସିଂ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଗୋବର୍ଦ୍ଧନ ସିଂ , ଶିକ୍ଷା ସମ୍ପାଦକ ବିଜୟ କୁମାର ସି. କୋଷାଧ୍ୟକ୍ଷ ବାଇଧର ସିଂ , ଭାରତମୁଣ୍ଡା ସମାଜର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ନାଥ ସିଂ , ଉପସଭାପତି ସୁନାରାମ ସିଂ , ଭାରତ ମୁଣ୍ଡା ସମାଜର ସଦସ୍ୟ ଚନ୍ଦ୍ରମୋହନ ମୁଣ୍ଡାରୀ , ବସନ୍ତ କୁମାର ସିଂ , ରଘୁନାଥ ସିଂ .ରୋହିଦାସ ସିଂ , ଅମର କୁମାର ସିଂ, ଓ ଶୁକଦେବ ସିଂହଙ୍କ ଉପସ୍ଥିତିରେ ଫଳାଫଳ ଘୋଷଣା କରାଯାଇଛି । ପରୀକ୍ଷାରେ ଉତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀମାନେ ସମ୍ପୃକ୍ତ ମୁଣ୍ଡାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଠାରୁ ୧୫/୦୯/୨୪ ପରେ ସାର୍ଟିଫିକେଟ ପାଇ ପାରିବେ ବୋଲି ବୋର୍ଡ ତରଫରୁ ସିଦ୍ଧାନ୍ତ ନିଆଯାଇଛି ।