Football

ରାଜ୍ୟ ସ୍ତରୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ଚୟନ ପ୍ରକ୍ରିୟା

sports

ବାରିପଦା : ଓଡିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ବରଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା ପି ସି ବେହେରା ଟ୍ରଫି ପାଇଁ ରାଜ୍ୟ ସ୍ତରୀୟ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ସକାଶେ ମୟୁରଭଞ୍ଜ ଜିଲ୍ଲା ଦଳ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଇଛୁକ ଖେଳାଳି ନିଜନିଜର ଡିଜିଟାଲ ଜନ୍ମ ପ୍ରମାଣ ପତ୍ର ବା ମ୍ୟାଟ୍ରିକ ସାର୍ଟିଫିକେଟ, ପରିଚୟ ପତ୍ର ( ଆଧାର କାର୍ଡ, ଭୋଟର ଆଇ କାର୍ଡ, ପାନ କାର୍ଡ ଆଦି ) ତଥା ଗୋଟିଏ ପାସପୋର୍ଟ ଫୋଟୋ ସହିତ ବାରିପଦା ଷ୍ଟାଡିୟମ ଅଫିସରେ ନାମ ପଞ୍ଜିକରଣ କରିପାରିବେ ବୋଲି ଫୁଟବଲ ସମ୍ପାଦକ ଅମର କୁମାର ସେଠି ଜଣାଇଛନ୍ତି I ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ମୟୁରଭଞ୍ଜର ପ୍ରଥମ ମ୍ୟାଚ ୨୫ ତାରିଖ ଦିନ ଅଛି ବୋଲି ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କ ସୂତ୍ରରୁ ପ୍ରକାଶ I