Just

କୋଲକତାରେ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦ ନେଇ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଡାକ୍ତର

State

ବାରିପଦା: କୋଲକାତାର ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଦିତୀୟ ଵର୍ଷ ପିଜି ଛାତ୍ରୀଙ୍କୁ ଗତ ଅଗଷ୍ଟ ୯ ରେ ଅମାନୁଷିକ ବିଭତ୍ସଭାଵେ ଗଣ ବଳାତ୍କାର ଓ ହତ୍ଯା ମାମଲା ନେ ସାରା ଦେଶ କମ୍ପୁଛି, ଜଳୁଛି । ସାରା ଦେଶରେ ଡାକ୍ତର ଓ କର୍ମଚାରୀମାନଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି ।ସମସ୍ତ ଡ଼ାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହାକୁ ନେଇ ସମଗ୍ର ଦେଶରେ ଡାକ୍ତରମାନେ ଆନ୍ଦୋଳନ ଏବଂ କଳା ଵ୍ଯାଚ ପରିଧାନ କରୁଛନ୍ତି ।କିଏସେ ଓ ଓମସାର ୨୪ ଘଣ୍ଟିଆ ଓପିଡି ବନ୍ଦ ଡାକରାରେ ଡାକ୍ତରଖାନାରେ କାର୍ଯ୍ୟବନ୍ଦ ହୋଇଛି ।ବିଭିନ୍ନ ଡାକ୍ତରଖାନାରେ ରେ ମଧ୍ୟ କାର୍ଯ୍ୟ ବନ୍ଦ ହୋଇଛି । ଡାକ୍ତର ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।ଘଟଣାର ସମସ୍ତ ସଂପୃକ୍ତ ଦୋଷୀ ମାନଙ୍କୁ କରାଯିବା ସହ କଠୋରରୁ କଠୋର ଦଣ୍ଡ ଦେବାପାଇଁ ଦାବି ହେଉଛି । ଶନିବାର ଦିନ ଓମସା ଡାକରାରେ ମୟୂରଭଞ୍ଜ ଜିଲ୍ଲାର ଉପଖଣ୍ଡ ଚିକିତ୍ସାଳୟର ଥିବା ଡ଼ାକ୍ତର ଏବଂ ଆଖପାଖ ସିଏଚସି,ପିଏଚସି ର କାର୍ଯ୍ୟରତ ଡାକ୍ତରମାନେ ଶନିବାର ଦିନ ଅପରାହ୍ନରେ ଉପଖଣ୍ଡ ଚିକିତ୍ସାଳୟରୁ ଚିକିତ୍ସାଳୟର ମୁଖ୍ୟ ଅଧିକାରୀ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କ ନେତୃତ୍ୱରେ ସମସ୍ତ ଡାକ୍ତର ଓ ଡାକ୍ତରାଣୀମାନେ ପ୍ଳାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ପ୍ରତିବାଦ ସହ ମହିଳା ଟ୍ରେନିଂ ଡାକ୍ତରାଣୀଙ୍କ ପାଇଁ ନ୍ୟାୟ ମିଳୁ ବୋଲି ଦାବି ଜଣାଇଥିଲେ ।ସେମାନେ କହିଥିଲେ ଆମେ ସୁରକ୍ଷିତ ଥିଲେ ସିନା ରୋଗୀଙ୍କୁ ଉତ୍ତମ ସେଵା ଦେବୁ ।ଆମ୍ଭେ ସଂପୂର୍ଣ୍ଣ ଭୟଭୀତ । ପରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବିଭିନ୍ନ ଦାବି ନେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକୁ ହେଲା ମୃତ ଟ୍ରେନି ଡାକ୍ତରାଣୀଙ୍କୁ ନ୍ୟାୟ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଡାକ୍ତର, କର୍ମଚାରୀ ଏବଂ ଡାକ୍ତରଖାନାରେ କେନ୍ଦ୍ରୀୟ ସୁରକ୍ଷା ଆଇନ ଲାଗୁ କରିବା, ଡାକ୍ତରଖାନାରେ ପୋଲିସ ଆଉଟ୍ ପୋଷ୍ଟ ଖୋଲିବା ଏବଂ ରାତି ୮ ଠାରୁ ସକାଳ ୬ ଟା ପର୍ଯ୍ୟନ୍ତ ପିସିଆର ଭେନ ରହିବ ଯେପର୍ଯ୍ୟନ୍ତ ପୋଲିସ ଫାଣ୍ଡି ନ ଖୋଲିଛି ; ଡାକ୍ତରଖାନାରେ ସୁସ୍ଥ ପରିଵେଶ ଏବଂ କାର୍ଯ୍ୟ ନିୟମ ଲାଗୁ କରିବା; ଡାକ୍ତରଖାନାକୁ ନିରାପତ୍ତା ଅଂଚଳ ଘୋଷଣା କରିବା ଇତ୍ୟାଦି ।

Rewr

ଏହି ପ୍ରତିବାଦ ଶୋଭାଯାତ୍ରାରେ ରେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ରବୀନ୍ଦ୍ର ନାଥ ମାରାଣ୍ଡି, ଡଃ ପ୍ରମୋଦ ସାହୁ,ଡ଼ାଃ ଦେବେନ୍ଦ୍ରନାଥ ଟୁଡୁ,ଡ଼ଃ ରଜନୀକାନ୍ତ ମହାନ୍ତ,ଡଃ ସୌମେଶ ମହାନ୍ତ,ଡ଼ଃ ସ୍ମିତା ଵିରୁଆ,ଡଃ ଆୟୂଷ୍ମାନ ଦାସ, ଡଃ ସିଦ୍ଧାର୍ଥ ଜେନାମଣି, ଡଃ ସପ୍ତର୍ଶୀ ଛଟୋପାଧ୍ଯାୟ,ଡ଼ଃ ଼ନୀବେଦିତା ମୁଣ୍ଡାରୀ,ଡଃ ବିମଳା ମାରାଣ୍ଡି, ଡଃ ମନିଷ କୁମାରଙ୍କ ସମେତ ୭ ଟି ବ୍ଳକର ସିଏଚସି,ପିଏଚସିର କାର୍ଯ୍ୟରତ ଡାକ୍ତର,ଡାକ୍ତରାଣୀ, କର୍ମଚାରୀ କର୍ମଚାରୀ ସାମିଲ ହୋଇଥିଲେ ।