Zzxzz

ବିଜ୍ଞାନପ୍ରଚାର ସମିତି, ସାଲେପୁର ଶାଖାର ମାସିକ ବୈଠକ

State

ସାଲେପୁର :  ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ମାସିକ ବୈଠକ ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ତା ୧୧-୦୮-୨୦୨୪ ରିଖ ରବିବାର ଅପରାହ୍ନରେ ମେଜର ମଞ୍ଜୁଶ୍ରୀ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି |

ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁକାନ୍ତ କିଶୋର ମହାନ୍ତି ବୈଠକର ପ୍ରାରମ୍ଭରେ ବିଭିନ୍ନ ପ୍ରସ୍ତାବ ସଂପର୍କରେ ମତାମତ ରଖିବା ସହ ଧାରାବାହିକ ଆଲୋଚନା ‘ବିଚିତ୍ର ଜୀବ’ ପ୍ରସଙ୍ଗରୁ ‘କାଦୁଆ କଙ୍କଡା’ ବିଷରେ ନିଜର ସନ୍ଦର୍ଭ ପାଠ କରିଥିଲେ | ବିଭିନ୍ନ ପ୍ରକାରର କଙ୍କଡା ଓ ସେମାନଙ୍କର ବିଚିତ୍ରତା ସଂପର୍କରେ ଆଲୋଚନା ହୋଇଥିଲା |

ସଭାପତି ମେଜର ମଞ୍ଜୁଶ୍ରୀ ପତି ‘ପେଙ୍ଗୁଇନ’ ବିଷୟରେ ସନ୍ଦର୍ଭ ପାଠ କରିଥିଲେ ଓ ଜୈବ ବିବିଧତାରେ ସେମାନଙ୍କର ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା |

ସଭା ଶେଷରେ ଶ୍ରୀ ମାନସ କୁମାର ମଲ୍ଲ ଧନ୍ୟବାଦ ପ୍ରଦାନ କରିଥିଲେ |

ସଭାରେ ଡ. ପୂର୍ଣ୍ଣଚନ୍ଦ୍ର ଓଝା, ଡ. ଉମେଶ ଚନ୍ଦ୍ର ପତି, ପ୍ରଫୁଲ୍ଲ କୁମାର ମହାନ୍ତି, ସ୍ମୃତିରଞ୍ଜନ ପଟ୍ଟନାୟକ, ପୁରସ୍ତମ ବେହେରା, ଦ୍ବାରିକା ନାଥ ସାହୁ, ରିମା ବେହେରା, ମେଘନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ |