Rfr

ଭଞ୍ଜସେନା ପକ୍ଷରୁ ଅନ୍ତର୍ଜାତୀକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ

State

ବାରିପଦା: ପୂର୍ଵ ଗଡଜାତ ମୟୁରଭଞ୍ଜ ରାଜ୍ୟର ଅନ୍ୟତମ ପ୍ରଜାବତ୍ସଳ ମହାରାଜା ଶ୍ରୀ ପୁର୍ଣଚନ୍ଦ୍ର ଭଞ୍ଜଦେଓଙ୍କ ତିରୋଧାନ ଦିବସ ତଥା ଅନ୍ତର୍ଜାତୀକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ମୟୁରଭଞ୍ଜ ର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ “ଭଞ୍ଜସେନା” ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନକ୍ରମେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଆମ ମୟୁରଭଞ୍ଜ ଜିଲ୍ଲା, ଓଡିଶା ରାଜ୍ୟ ତଥା ଦେଶର ସମସ୍ତ ମହାତ୍ମା,ବରପୁତ୍ର ତଥା ଆମ ପୂର୍ବପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡିକୁ ସଖାଳ ଛଅ ଘଟିକା ଠାରୁ ଅପରାହ୍ନ ମଧ୍ୟରେ ସଂଗଠନ ପକ୍ଷରୁ ଧୋଇ ସଫା କରିବା ସହିତ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମ ରେ ଜିଲ୍ଲା ଓବିସି ଶାଖା ସଭାପତି ରାକେଶ ବେହେରା, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,ଜିଲ୍ଲା ଉପସଭାପତି ରାକେଶ ମହାନ୍ତି, ସନାତନ ସାହୁ,ପଙ୍କଜ କରଣ, ମନୋଜ ପାତ୍ର,ସଞ୍ଜୟ ମହାନ୍ତ,ବିକାଶ ସିଂ,ସଞ୍ଜୟ ମାହାନା,ସୋନୁ ରାମ , ସତ୍ୟ ପୃଷ୍ଟି ,ତ୍ରିନାଥ ସିଂ, ମୁଖପାତ୍ର ମାନସ ବେହେରା ପ୍ରମୁଖ ଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ l