Photo For The News Of Medical

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟେକେନ୍ଦ୍ର, ଜିଲ୍ଲାପାଳଙ୍କ ଗସ୍ତକୁ ୨ମାସ ବିତିଲା

State

ଜମି ବିବାଦ ଛିଡ଼ୁଡ଼ି କି ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଅଗ୍ରଗତି ଘଟୁନି!

ଆଗରପଡ଼ା :ଗତ ଅଗଷ୍ଟ ମାସ ୨୨ ତାରିଖରେ ଜିଲ୍ଲାପାଳ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟର ତଦାରଖ କରିଥିଲେ । ତାଙ୍କ ଗ୍ରସ୍ତକୁ ଇତି ମଧ୍ୟରେ ୨ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବିକାଶ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇପାରୁ ନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ ଅଧିନ ଟିକିରା ମୌଜାର ପ୍ଲଟ ନଂ ୧୪ ଓ ୧୫ ଦୁଇଟି ଜାଗା ଲକ୍ଷ୍ମୀ ମାହାର ଓ ପ୍ରଫୁଲ୍ଲ ମାହାରଙ୍କ ସ୍ଥିତିବାନ ସତ୍ୱ ଥିବା ବେଳେ ଏଠାରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଶ୍ଚିମପାଶ୍ୱର୍ରେ ଥିବା ଷ୍ଟାଫକ୍ୱାର୍ଟର ଦ୍ୱିତାଲା କୋଠାଘର ନିର୍ମାଣ ହୋଇଥିବାର ଅଭିଯୋଗ ହୋଇଥିଲା । ଜାଗାର ମାଲିକାନା ସତ୍ୱ ଥିବା ଉପରୋକ୍ତ ବ୍ୟକ୍ତି ମାନେ ପୂର୍ବରୁ ଓ ବର୍ତ୍ତମାନ ଖଜଣା ଦେଇ ଆସୁଥିବା ବେଳେ ଏହି ବ୍ୟକ୍ତିଗତ ସ୍ଥାନରେ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ନିର୍ମାଣ ହେବା ନେଇ ଦ୍ୱନ୍ଦ ଉପୁଯିବା ବେଳେ ଏହାର ଆଜି ସୁଦ୍ଧା କୌଣସି ସମାଧାନ ହୋଇ ନଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ନିଜସ୍ୱ ଜମି ଚିହ୍ନଟ ଆଜିସୁଦ୍ଧା ହୋଇପାରୁନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ତହସିଲଦାର କାର୍ଯ୍ୟକାରୀ କରୁନାହାନ୍ତି । ଗତ ବର୍ଷ ଅଗଷ୍ଟ ମାସ ୧୩ ତାରିଖରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମିତି ଅଧ୍ୟକ୍ଷ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ୱରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲାର ଏକ ମାତ୍ର ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତି ଭୂମି ଉନ୍ନତି ପାଇଁ ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ହୋଇଛି ବୋଲି ସ୍ୱାସ୍ଥ୍ୟ ମିଶନ ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ ଜେନା ସୂଚନା ଦେଇଥିଲେ । ଷ୍ଟାଫ କ୍ୱାଟର୍ସ ନିର୍ମାଣ,ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି,ରୋଗୀ ଶଯ୍ୟା ୬୦କୁ ବୃଦ୍ଧି,ଆବଶ୍ୟକୀୟ ଉପକରଣ ଯୋଗାଣ ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକକୁ ୧ବର୍ଷ ବିତିଯିବାପରେ ସ୍ୱାସ୍ଥ୍ୟକେନ୍ଦ୍ରର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ଗମି ବିବାନ ଛିଡ଼ୁଡ଼ି କି ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁନି । ସୂଚନା ଅନୁଯାୟୀ;୧୯୯୨ ମସିହାରେ ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୦ ବର୍ଷ ବିତିଯାଇଛି । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି ।

ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ଉକ୍ତ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠି ବିଶେଷଜ୍ଞ ଡ଼ାକ୍ତରଙ୍କ ସମେତ ୮ରୁ ୧୦ଜଣ ଡ଼ାକ୍ତର ରହିବା ଦରକାର ସେଠାରେ ଜଣିଏ ମାତ୍ର ଡ଼ାକ୍ତର ରୋଗୀ ସେବା କରୁଥିବା ଜଣାପଡ଼ିଛି । ଡ଼ାକ୍ତର ସମସ୍ୟାକୁ ନେଇ ‘ସକାଳ’ରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ବିଭାଗ ବିଶେଷଜ୍ଞଙ୍କ ସମେତ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ନିଯୁକ୍ତି ପାଇଥିଲେ ଓ ବର୍ତ୍ତମାନ ଆଉଜଣେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ପାଇଛନ୍ତି । କିନ୍ତୁ ସେମାନେ ରୋଗୀ ସେବାରେ ନିଜକୁ ଠିକ୍ ଭାବେ ନିଯୋଜିତ କରିପାରୁନଥିବା ଅଭିଯୋଗ ହେଉଛି । ଏମବିବିଏସ ଡ଼ାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ଏଠାରେ ୨ଜଣ କାର୍ଯ୍ୟରତ ଅଛନ୍ତି । ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱ ଅର୍ପଣ କରାଯାଇଥିବାରୁ ଅନ୍ୟ ଜଣଙ୍କ ସମେତ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟ ରୋଗୀ ସେବା କରୁଛନ୍ତି । ଏଠାରେ ଡ଼ାକ୍ତରଙ୍କ ଅଭାବ ଲାଗି ରହିଥିବାରୁ ରୋଗୀମାନେ ଠିକ୍ ଭାବେ ସେବା ପାଉନଥିବାର ଅଭିଯୋଗ ହେଉଛି । ଦନ୍ତ ଚିକିତ୍ସା ନିମନ୍ତେ ନିଯୁକ୍ତି ପାଇଥିବା ଡ଼ାକ୍ତର ସମୟାନୁସାରେ ଅନୁପସ୍ଥିତ ରହୁଥିବାରୁ ଦନ୍ତ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଠିକ୍ ଭାବେ ସେବା ପାଇ ପାରୁନଥିବା ଅଭିଯୋଗ ହେଉଛି । ଉକ୍ତ ଚିିକିତ୍ସା ସମସ୍ତ ସରଂଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ଥିଲେ ସୁ୍‌ଧା ତାଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହା କାର୍ଯ୍ୟରେ ଲାଗି ନପାରି ଖତ ଖାଉଥିବାର ଦେଖିବାକୁ ମିଳିଛି । ସେହିପରି ନିରାମୟରୁ େଓା÷ଷଧ ନେବା ପରିବର୍ତ୍ତେ ବାହାରୁ କିଣିବାକୁ ରୋଗୀ ସେବା କରୁଥିବା ଡାକ୍ତର ପରାମର୍ଶ ଦେଉଥିବା ଅଭିଯୋଗ ହେଇଛି । ତେଣୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲାର ଏକ ମାତ୍ର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତି ଭୂମି ଉନ୍ନତି ପାଇଁ ମଂଜୁର ହୋଇଥିବା ୯କୋଟି ୯୦ଲକ୍ଷ ଟଙ୍କାର ଉପଯୁକ୍ତ ବିନିଯୋଗ କରିବା ସହିତ ଏଠାରେ ଲାଗି ରହିଥିବା ସମସ୍ୟାରେ ସୁଧାର ଅଣାନଗଲେ ଉକ୍ତ ଅର୍ଥରେ ହେବାକୁ ଥିବା ବିକାଶ ମୂଳକ କାର୍ଯ୍ୟ ମୂଲ୍ୟହୀନ ପାଲଟିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।