Onn 3

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ନବଯୌାବନ ବେଶରେ ଦର୍ଶନ ଦେଲେ ତିନି ଠାକୁର

Religion and Cult State

ବାରିପଦା: ସ୍ନାନ ପୂର୍ନିମା ଦିନଠାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ବଡ ଜଗନ୍ନାଥ ମନ୍ଦିର ସମେତ ସାନ ଜଗନ୍ନାଥ ମନ୍ଦିର ରେ ଅସୁସ୍ଥ ହୋଇ ତିନି ଠାକୁର ଅଣସରଘରେ ଗମ୍ଭୀରାରେ ରହିବାପରେ ଆଜି ସୋମବାର ସକାଳୁ ଅଣସରଘରୁ ଗୋଟିପହଣ୍ଡିକରି ବାଟ ମନ୍ଦିରକୁ ଆସି ନେତ୍ର ମଣ୍ଡପ ସିଂହାସନରେ ବିରାଜମାନ କରିଛନ୍ତି । ପରେ ଅଧିବାସ ପୂଜା ସଂପୂନ୍ନ ହୋଇଥିଲା । ସୋମବାର ପୂର୍ବାହ୍ନ ୯.୩୦ ରୁ ୧୦.୩୦ ମଧ୍ୟରେ ନୀତି ସଂପୂନ୍ନ ହେବାପରେ ତିନି ମହାପ୍ରଭୁଙ୍କର ପ୍ରାଣ ପ୍ରତିଷ୍ଠା ଓ ନେତ୍ର ଉତ୍ସବ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୪ ଟା ମଧ୍ୟରେ ଶେଷ ହୋଇଥିଲା । ସନ୍ଧ୍ୟା ୫ ଟାରୁ ୬ ଟା ମଧ୍ୟରେ ଅବକାଶ ନିତୀ ଶେଷ ହେବା ପରେ ଜଗନ୍ନାଥ ମହାପ୍ରଭୁଙ୍କ ପାଖରୁ ମନ୍ଦିର ପରିଛା ଆଜ୍ଞାମାଳ ନେଇ ମନ୍ଦିର ପୁରୋହିତ ଜଗନ୍ନାଥ ଙ୍କ ପାଖରୁ ଉତରା ନେତକୁ ଦେଉଳ ଉପରକୁ ଦେଲାପରେ ସୁବାଶିତ ଚନ୍ଦନ ଜଳ ସିଞ୍ଚନ କରାଯାଇ ମନ୍ଦିରର ଦକ୍ଷିଣ ଦ୍ୱାରରେ ଦେଉଳ ଉଠାଲୋକ ମନ୍ଦିରର ନୀଳ ଚକ୍ରରେ ନେତ ବନ୍ଧନ କରି ମନ୍ଦିରରେ ନେତ ବାନ୍ଧିଲେ । ଏହାପରେ ପୂନ୍ନ ମନ୍ଦିର ବେଡା ପରିକ୍ରମା କରି ଜଗନ୍ନାଥ ଙ୍କୁ ପ୍ରଣତି ଜଣାଇବାପରେ ନିତୀ ସଂପୂନ୍ନ ହୋଇଥିଲା ।

ସନ୍ଧ୍ୟା ପରଠାରୁ ତିନି ଠାକୁର ସ୍ୱନ୍ନ ଅଳଙ୍କାର ଓ ସୁଗନ୍ଧିତ ପୁଷ୍ପରେ ସୁସଜିତ ହୋଇ ନବଯୈାବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଲେ । ଆଜି ପାଗ ଅନୁକୂଳ ଥିବାହେତୁ ଠାକୁର ଙ୍କ ନବଯୈାବନ ଦର୍ଶନ ପାଇଁ ଶ୍ରଦ୍ଦାଳୁ ଙ୍କ ପ୍ରବଳ ଭିଡା ଲାଗିଥିଲା । ଉତ୍କଣ୍ଠା ର ସହିତ ଭକ୍ତମାନେ ଚାହିଁ ରହିଥିଲେ ତିନି ଠାକୁର ଙ୍କ ନବେଯୌାବନ ଦର୍ଶନ କରିବାପାଇଁ । ଆଜିକାର ଏହି ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବଡଦାଣ୍ଡ ସମେତ ସାନଜଗ୍ନନାଥ ମହାପ୍ରଭୁ ମନ୍ଦିର ସମ୍ମୁଖ ମୁଖ୍ୟ ମାର୍କେଟ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଅଛି । ଆସନ୍ତକାଲି ମଙ୍ଗଳବାର ତିନି ଠାକୁର ପହଣ୍ଡିବିଜେ ହୋଇ ରଥାରୂଢ ହେବେ । ସେହିପରି ପୂର୍ବରୁ ଚଳିତ ପ୍ରଥା ଅନୁଯାୟୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ଶ୍ରୀକ୍ଷେତ୍ର ପୂରୀ ରଥ ଟଣା ପରଦୁଇଦିନ ଏଠାରେ ରଥଟଣା ଅନୁଷ୍ଠିତ ହେବ ।