Img 20240421 Wa0262

ବିଦ୍ୟାଳୟ ଶିକ୍ଷାରେ ନବୀନତା ନିମନ୍ତେ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର

State

ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୁରଭଞ୍ଜ, ପରିସରରେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସରକାରୀ ପ୍ରାରମ୍ଭିକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ଶିକ୍ଷାରେ ନବୀନତା ନିମନ୍ତେ ଶିକ୍ଷକ ସଶକ୍ତିକରଣ ଶୀର୍ଷକ ଉପରେ ଦୁଇ ଦିନିଆ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ପ୍ରଥମ ଦିନ ପ୍ରତିଷ୍ଠାନର ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏବଂ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ପୂର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂ ଓ ସରକାରୀ ବି. ଇଡି. କଲେଜର ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରାରମ୍ଭିକ ଶିକ୍ଷାକୁ ଶିଶୁ କୈନ୍ଦ୍ରିକ ଓ ଅନ୍ତର୍ନିବେଶୀ ଶ୍ରେଣୀ ଉପଯୋଗୀ କରିବା ଉପରେ ଅନୁଭୂତି ଓ ଉଦାହରଣ ମାଧ୍ୟମରେ ଶିକ୍ଷଣ ପ୍ରକ୍ରିୟାକୁ ସୁଦୃଢ କରିବା ଉପରେ ଆଲୋକପାତ କରିଥିଲେ I

ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଶିକ୍ଷକ ଡଃ ପ୍ରିୟରଞ୍ଜନ ଦାସ, ସାଗର କୁମାର ଦଳନାଏକ, ଆଶିଷ କୁମାର ଦାସ ମହାପାତ୍ର, ପ୍ରଶିକ୍ଷିକା ପାବନୀ ବଳ, ଜୟନ୍ତୀ ପ୍ରଧାନ, ନିରୁପମା ରାଉତ, ଦେବସ୍ମିତା ଚକ୍ର ତଥା ସହ ନିର୍ଦ୍ଦେଶକ ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଅଭିନଵ ବ୍ୟବହାର ମାଧ୍ୟମରେ ଶିକ୍ଷଣ ପ୍ରକ୍ରିୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ I ଦ୍ଵିତୀୟ ଦିନରେ ପ୍ରଫେସର ଅମରେନ୍ଦ୍ର ବେହେରା, ଅମୁଲ୍ୟ କୁମାର ଆଚାର୍ଯ୍ୟ, ଅନିରୁଦ୍ଧ ରାଉତ, ଡଃ ଚକ୍ରଧର ନାଏକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ନିଜ ନିଜର ଅଭିଜ୍ଞତା ଓ ମତାମତ ପ୍ରଦାନ କରିଥିଲେ I ଶିକ୍ଷକ ପ୍ରଶିକ୍ଷକ ଯୋଗେଶ୍ୱର ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଆଲୋଚନା ଚକ୍ରରେ ଓଡିଶାର ବିଭିନ୍ନ ଜିଲ୍ଲା ତଥା ଦେଶର ବିଭିନ୍ନ ରାଜ୍ୟର ସହ ପ୍ରଧ୍ୟାପକ, ଶିକ୍ଷକ ପ୍ରଶିକ୍ଷକ, ରିସର୍ଚ୍ଚ ସ୍କୋଲାର ମାନେ ଆଭାସୀ ମାଧ୍ୟମରେ ନିଜ ନିଜର ଗବେଷଣାତ୍ମକ ନିବନ୍ଧ ଉପରେ ଆଲୋଚନା କରିଥିଲେ I ଶିକ୍ଷକ ପ୍ରଶିକ୍ଷିକା ରୁପାଲୀ ରଚନା ପାତ୍ର ଓ ହରପ୍ରିୟା ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I