Tig

ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ, ୫ ବର୍ଷରେ ଆସିବେ ୧୪ଟି ବାଘ

State

ସାତକୋଶିଆ : ସାତକୋଶିଆକୁ ଆସିବେ ବାଘ । ପୁଣି ଆରମ୍ଭ ହେବ ଟ୍ରାନସ ଲୋକେସନ ପ୍ରକଳ୍ପ । ଏଥର ମହାରାଷ୍ଟ୍ର ତଡ଼ୋବା ଜଙ୍ଗଲରୁ ଆସିବ ବାଘ । ଟ୍ରାନସ ଲୋକେସନ ପାଇଁ  ମିଳିଛି  NTCAର ଗ୍ରୀନ ସିଗନାଲ ।  ୫ ବର୍ଷରେ ପର୍ଯ୍ୟାୟକ୍ରମେ ଆସିବେ ୧୪ଟି ବାଘ । ମହାରାଷ୍ଟ୍ରର ତଡ଼ବା ଜଙ୍ଗଲର ବାଘଙ୍କ ସହ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ଥିବାରୁ ସେଠାରୁ ବାଘ ଅଣାଯିବ ।  ଟ୍ରାନସ ଲୋକସେନ ପାଇଁ NTCA କିଛି ସର୍ତ୍ତ ରଖିଥିବାରୁ ଆମେ ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଇବୁ ବୋଲି କହିଛନ୍ତି PCCF ସୁଶାନ୍ତ ନନ୍ଦ ।

କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି ।  ବଫର ଏରିଆରୁ ୬ଟି ଗାଁ ଖାଲି କରାଯାଇଥିବାବେଳେ ଆଉ କିଛି ଗାଁ ଖାଲି କରାଯିବ ବୋଲି ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ ।  ଏନେଇ ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରାଯିବ ।