Ab23bc35 00e4 4833 Aa20 C3842920a6fc

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶାର ସମାବର୍ତ୍ତନ ସମାରୋହ -୨୦୨୪ ଅନୁଷ୍ଠିତ

State

କଟକ (ମାନସ କୁମାର ନାୟକ) :  ସ୍ନାତକୋତ୍ତର ଶ୍ରେଣୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶା (NLUO) ଆଜି ଏହାର ସମାବର୍ତ୍ତନ ସମାରୋହ ୨୦୨୪ ପାଳନ କରିଛି ।

Zzzzz

କଟକସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର, ଅଧ୍ୟାପିକା ଏବଂ ବିଶିଷ୍ଟ ଅତିଥିମାନଙ୍କୁ ନେଇ ଏକ ସ୍ମରଣୀୟ ଉତ୍ସବ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏହି ସମାବର୍ତ୍ତନ ଉତ୍ସବରେ ଡକ୍ଟର ବିବେକ ରାଘବନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ଆଧୁନିକ ଡିଜିଟାଲ ଯୁଗରେ ଆଇନ କ୍ଷେତ୍ରରେ ଏହାର ପ୍ରୟୋଗ ସମ୍ପର୍କରେ ଏକ ସନ୍ଧର୍ବ ପାଠ କରିଥିଲେ ।

Zzzz

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ । ତାଙ୍କ ମତରେ ଆଇନ ପାଠ୍ୟକ୍ରମରେ ମନୋନିବେଶ କରିବା ଓ ବାରମ୍ବାର ଅଭ୍ୟାସ କରିବା ଦ୍ବାରା ଜଣେ ସଫଳ କୃତି ବିଦ୍ୟାର୍ଥୀ ହୋଇ ପାରିବ । ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବେଦ କୁମାରୀ  ସ୍ଵାଗତ ଭାଷଣ ଦେବା ସହିତ ବିବରଣୀ ପାଠ କରିଥିଲେ ।

Zz

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର କୁଳପତି ଜଷ୍ଟିସ ଚକ୍ରଧାରୀ ଶରଣସିଂ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ଜଷ୍ଟିସ ଶରଣସିଂ ଏହି ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିବା ଅତିଥିମାନଙ୍କୁ ସମ୍ମାନିତ କରିଥିଲେ ।

Zzz
ସୂଚନାଯୋଗ୍ୟ  ୨୦୦୯ ମସିହାରେ ନରାଜ ଠାରେ ଓଡ଼ିଶାର ସର୍ବପ୍ରଥମ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ଏହି ଏଗାର ବର୍ଷ ମଧ୍ୟରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ୧୦ଟି ବ୍ୟାଚର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ୨୦୨୪ ବର୍ଷ ପାଇଁ ୨୦୨ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ୯୮ ଜଣଙ୍କୁ ଵିଏ ଏଲଏଲବି, ୫୫ ଜଣଙ୍କୁ ବିବିଏ ଏଲଏଲବି, ୪୩ ଜଣଙ୍କୁ ଏଲଏଲ ଏମ ଡିଗ୍ରୀ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ୬ ଜଣଙ୍କୁ ପିଏଚଡି ଡିଗ୍ରୀ, ୧୩ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି ।