Onn 3

ପୁତ୍ର ହତ୍ୟାକାରୀ ପିତାକୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା (୭/୭) : ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ (ପ୍ରଥମ) ସତ୍ୟନାରାୟଣ ପାତ୍ର  ପୁତ୍ରକୁ ହତ୍ୟା କରିଥିବା ଅଭିଯୁକ୍ତ ପିତା ମୟୁରଭଞ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଲଢିଆ ଗ୍ରାମ ତଥା ବର୍ତ୍ତମାନ ବଡସାହି ଥାନା ଅନ୍ତର୍ଗତ ବେଲଦୁନଗୁରି ଗ୍ରାମର ଚେପା ଦେହୁରୀ (୪୦) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ।

ମାମଲାର ବିବରଣୀ ରୁ ପ୍ରକାଶ ଯେ ୨୩-୧୦-୨୦୨୦ ରିଖ ରାତ୍ରୀ ପାଖାପାଖି ୨ ଟା ସମୟରେ ଅଭିଯୁକ୍ତ ଚେପା ଦେହୁରୀ ତାର ପୁତ୍ର ସୁଦାନ ଦେହୁରୀ କୁ ତାର ମା କୋଳରୁ ଶୋଇଥିବା ସମୟରେ ଉଠାଇଆଣି ତାର ଶ୍ୱଶୁର ବନମାଳି ଦେହୁରୀ ଙ୍କ ଘରେ ପଥରରେ ଛେଚି ହତ୍ୟା କରିଥିଲା ।

ଅଭିଯୁକ୍ତ ଚେପା ଦେହୁରୀ ସେହିଦିନ ରାତ୍ରୀରେ ତାର ଶ୍ୱଶୁର ଘରକୁ ଆସି ତାର ସ୍ତ୍ରୀ କୁ ଖୋଜିଥିଲା । ତେବେ ପୂର୍ବରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥିବାରୁ ଭୟରେ ଉକ୍ତ ରାତ୍ରୀରେ ତାର ସ୍ତ୍ରୀ ପାଖ ସନାତନ ମହାନ୍ତ ଙ୍କ ଏକ ହୋଲର ରୁମରେ ତାର ପୁଅ କୁ ଧରି ଶୋଇଥିଲା । ତାର ଦୁଇ ଝିଅ ତାଙ୍କ ଖୁଡି ଘରକୁ ଯାଇଥିଲେ । ସ୍ତ୍ରୀ କୁ ନପାଇ ରାଗରେ ଅଭିଯୁକ୍ତ ଚେପା ସନାତନ ମହାନ୍ତ ଙ୍କ ଘରକୁ ଯାଇ ସ୍ତ୍ରୀ ପାଖରେ ଶୋଇଥିବା ତାର ପୁଅ କୁ ଉଠାଇଆଣି ହତ୍ୟା କରିଥିଲା । ଗ୍ରାମବାସୀ ଏହା ଜାଣିପାରି ଅଭିଯୁକ୍ତ କୁ ଅଟକ ରଖି ସନାତନ ମହାନ୍ତ ଙ୍କୁ ଖବର ଦେଇଥିଲେ । ସନାତନ ଅଭିଯୁକ୍ତ ର ଶ୍ୱଶୁର ଘରକୁ ଆସି ଦେଖିବା ବେଳକୁ ସୁଦାନ ର ମୃତ୍ୟୁ ଘଟିଅଛି । ଏ ବାବଦରେ ବଡସାହି ଥାନାରେ ସନାତନ ମହାନ୍ତ ଙ୍କ ଅଭିଯୋଗକ୍ରମେ କେସ ନମ୍ବର ୧୩୩/୨୦୨୦ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଚେପା ଦେହୁରୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୨ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଅତିରିକ୍ତ ପି ପି କୃଷ୍ନଚନ୍ଦ୍ର ଦାସ ପରିଚାଳନା କରିଥିଲେ ।