Sekh Sajid 1724582428

ବିଚ୍‌ ରାସ୍ତାରେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା

Crime State

ଖୋର୍ଦ୍ଧ : ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା କରାଯାଇଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ଅଞ୍ଚଳରେ । ମୃତ ଯୁବକଙ୍କ ନାଁ ସେକ୍‌ ସାଜିଦ । ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଆଜି ଅପରାହ୍ନରେ ସାଜିଦ ମୁକୁନ୍ଦପ୍ରସାଦ ନିକଟ ଚାଚରା ସାହି ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା ।
ଏହି ଆକ୍ରମଣରେ ସାଜିଦଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା । ଗୁରୁତର ଅବସ୍ଥାରେ ସାଜିଦଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।