Photo2 For The News Of Rathayatra

ଆଗରପଡ଼ାରେ ଘୋଷଯାତ୍ରା

State

ବନ୍ତ/ଆଗରପଡ଼ା,(୭/୬) : ଜିଲ୍ଲାରେ ଅନ୍ୟତମ ସର୍ବପୁରାତନ ପ୍ରସିଦ୍ଧ ଘୋଷଯାତ୍ରା ଆଗରପଡ଼ା ଠାରେ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୩ବର୍ଷ ପରେ ଆଜି ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସହ ନେତ୍ରୋତ୍ସବ,ନବକଳେବର ଦର୍ଶନ ଏକ ସଙ୍ଗରେ ପଡ଼ୁଥିବାରୁ ଶ୍ରୀ ଜିଉଙ୍କୁ ଦର୍ଶନ କରିବା ପାଇଁ ବହୁ ଶ୍ରାଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ପ୍ରତ୍ୟୁଷରୁ ମନ୍ଦିରରେ ପୁଜାର୍ଚ୍ଚନା ବ୍ରାହ୍ମଣମାନଙ୍କ ଦ୍ୱାରା କରାଯାଇଥିଲା । ଅପରାହ୍ନରେ ଶ୍ରୀଜୀଉମାନଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥଥିଲା । ଡାକୁର ରାଜାଙ୍କ ବଡ଼ପୁଅ ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ରୈାପ୍ୟ ଖଡ଼ିକାରେ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।

Photo1 For The News Of Rathayatra

ସନ୍ଧ୍ୟା ସୁଦ୍ଧା ରଥ ମାଉସୀମା ମନ୍ଦିର ନିକଟରେ ପହଂଚିବା ପରେ ପୁଣି ପହଣ୍ଡିରେ ଶ୍ରୀଜୀଉ ମାନେ ଭିତରକୁ ବିଜେ କରିଥିଲେ । ଘୋଷଯାତ୍ରା ପାଇଁ ସମଗ୍ର ଅଂଚଳରେ ଏକ ଅପୂର୍ବ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ବିଭିନ୍ନ ଅଂଚଳରୁ ବହୁ ଭକ୍ତମାନଙ୍କ ସମାଗମ ହୋଇଥିଲା । ଥାନା ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା । ଅଗ୍ନିଶମ ଅଧିକାରୀଙ୍କ ସହ ଅନ୍ୟ ଆଗ୍ନିକମାନେ ଉପସ୍ଥିତ ଥିଲେ । ସେହିପରି ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛିା