Img 20240404 Wa0172

ବଳାଙ୍ଗୀ ମହୋତ୍ସବ କାର୍ଯ୍ୟାଳୟ ଉଦଘାଟିତ

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନ ର ସୁରକ୍ଷା ଏବଂ ବିକାଶ ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ
ମୟୁରଭଞ୍ଜ ଜିଲ୍ଲାର ମହାନ ଗଣ ପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 22ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2024 ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲ 14ରୁ 18 ତାରିଖ ପର୍ଯ୍ୟନ୍ତ 5ଦିନ ଧରି ପାଳିତ ହେବ | ସେହିପରି ପ୍ରତିଭା ଚୟନ ପାଇଁ ଅନୁଷ୍ଠିତ ହେଉଥିବା ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ମେଗା ଅଡିସନ କାର୍ଯ୍ୟକ୍ରମ ଏପ୍ରିଲ 7ତାରିଖ ରବିବାର ଦିନ ଡିଭାଇନ ଇଞ୍ଜିନିୟରିଙ୍ଗ କଲେଜ ପରିସରରେ ଅନୁଷ୍ଠିତ ହେବ| ଏହି ଅବସରରେ ମହୋତ୍ସବ କମିଟି ପକ୍ଷରୁ ବାରିପଦା କଚେରୀ ପରିସରରେ ମହୋତ୍ସବ କାର୍ଯ୍ୟ ପରିଚାଳନା ପାଇଁ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲା ଯାଇଛି |

କାର୍ଯ୍ୟାଳୟ ଉଦଘାଟନୀ ଉତ୍ସବରେ ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଅରବିନ୍ଦ ଦାସ, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ବଳରାମ ବେହେରା, ସତ୍ୟ ନାରାୟଣ ବେହେରା, ପ୍ରଦୀପ ପଲେଇ, କିଶୋର ମହାନ୍ତି, ମୋତି ପ୍ରକାଶ ଦାସ, ପିତାମ୍ବର ମଲ୍ଲିକ, ନରେନ୍ଦ୍ର ମୋହନ ସେନାପତି, ମିଥୁନ ବାରିକ, ଦିଲ୍ଲୀପ ପାତ୍ର, ରମାକାନ୍ତ ରାଉତ, ଗୋଲୋକ ମହାନ୍ତି ପ୍ରମୁଖ ବହୁ ସଦସ୍ୟ ଯୋଗଦେଇଥିଲେ. ଆଗାମୀ ଏପ୍ରିଲ 13 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସଂନ୍ଧ୍ୟା 7ଟାରୁ ରାତ୍ର 9.30 ମିନିଟ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି |