Img 20240404 Wa0173

ପି ସି ପୁର ବିଦ୍ୟାଳୟରେ ପ୍ରବେଶ ଉତ୍ସବ

State

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିଆରା ଢଙ୍ଗରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଅଙ୍ଗନୱାଡିରେ ୩ ବର୍ଷ ବିତାଇବା ପରେ ପ୍ରଥମ ଥର ପାଇଁ ବିଦ୍ୟାଳୟରେ ୧ମ ଶ୍ରେଣୀରେ ନାମ ଲେଖାଇଥିବା ୬ ଜଣ କୁନିକୁନି ଶିଶୁମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ସ୍ୱାଗତ କରାଯାଇଛି I ସମସ୍ତଙ୍କୁ ଚନ୍ଦନ ଲଗାଇ ବେଲୁନ ଫୁଲ ଦେଇ ସ୍ୱାଗତ କରାଯିବାପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା I ଶେଷରେ ପ୍ରତ୍ୟେକଙ୍କୁ ବହି ଓ ପେନସିଲ ପ୍ରଦାନ କରାଯାଇଥିଲା I ସି ଆର ସି ସି ଧନଞ୍ଜୟ ସାହୁ, ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ସମେତ ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟତ୍ରୀ, ଅବିଭାବକ ତଥା ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀ ଉପସ୍ଥିତ ରହି କୁନିକୁନି ଶିଶୁ ମାନଙ୍କୁ ଉତ୍ସାହିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ପ୍ରଥମ ଶ୍ରେଣୀ ଗୃହରେ ବସିବା ପାଇଁ ଥିବା ଛୋଟଛୋଟ ଚେୟାର ଓ ଟେବଲ ସହ ଡିଜିଟାଲ ଟି ଭି କୁନିକୁନି ପିଲା ମାନଙ୍କୁ ବେଶ ଆକର୍ଷିତ କରିଥିଲା I ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସାଗରୀକା ପାତ୍ର, ବନ୍ଦିତା ପାଲବାବୁ, ଉର୍ମିଳା ଦତ୍ତ, ଗାର୍ଗୀ ଶତପଥି, ସସ୍ମିତା ପାତ୍ର ଓ ସୁମିତ୍ରା ରାଉତ ପ୍ରମୁଖ ପରିଚାଳନା କରିଥିଲେ I ପରବର୍ତ୍ତୀ ସମୟରେ ଯେଉଁମାନେ ନାମ ଲେଖାଇବେ ସେମାନଙ୍କୁ ମଧ୍ୟ ସମାନ ଭାବରେ ସ୍ୱାଗତ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସିଂହ ଜଣାଇଛନ୍ତି I ପ୍ରକାଶ ଥାଉକି ଗତ ବର୍ଷ ପ୍ରଥମ ଶ୍ରେଣୀରେ ୩୫ ଜଣ ନାମ ଲେଖାଇଥିବା ବେଳେ ବିଦ୍ୟାଳୟର ପିଲାସଂଖ୍ୟା ୩୩୦ ଥିଲା I