Img 20240404 Wa0176

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ଦିନ : ପ୍ରିୟଙ୍କ ଙ୍କ ଘାତକ ବୋଲିଂ ପାଇଁ ଟିମ – ‘ଏ’ ବିଜୟୀ

sports

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ଦିନର ମ୍ୟାଚରେ ଟିମ – ଏ ଟିମ – ଡି କୁ ୬ ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଟିମ – ଡି ୨୧.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଶୁଭମ ସାନ୍ତରା ୫୧ ରନ କରିଥିବା ବେଳେ ବିପକ୍ଷ ଦଳର ପ୍ରିୟଙ୍କ ପଟ୍ଟନାୟକ ହ୍ୟାଟ୍ରିକ ସହ ୬ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ଏ ୧୭.୪ ଓଭରରେ ୪ ଉଇକେଟ ହରାଇ ୧୩୪ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ରୋଶନ ଚୌଧୁରୀ ୭୪ ରନ କରିଥିବା ବେଳେ ରୁଚିକା ମଣ୍ଡଳ ୨ ଟି ଉଇକେଟ ଅକ୍ତିଆର କରିଥିଲେ I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ବରିଷ୍ଠ ସଦସ୍ୟ ତଥା ପୂର୍ବତନ କ୍ରିକେଟ ଖେଳାଳି ପୱନ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ବିଜୟ କୁମର ଦାସ, କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର, ସହ ସମ୍ପାଦକ ବୈଦ୍ୟନାଥ ରଥ ଓ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I