Onn 3

ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ୍ ସକିଲ୍

sports

କଲମ୍ବୋ : ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାଉଦ୍ ସକିଲ । ସକିଲ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭ ଟି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି । ଏପର୍ଯ୍ୟନ୍ତ କୌଣସି ଦେଶର ବ୍ୟାଟ୍ସମ୍ୟାନ୍ ଏହା କରିପାରିନାହାନ୍ତି । ୨୭ ବର୍ଷୀୟ ସକିଲ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ୭ଟି ଟେଷ୍ଟ ମ୍ୟାଚରେ ୫୦ କିମ୍ବା ତା’ଠାରୁ ଅଧିକ ସ୍କୋର କରିଛନ୍ତି। ଏହା ସହ ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି ।
ସାଉଦ୍ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟରେ ୭୬ ରନ କରିଥିବାବେଳେ ୨ୟ ଟେଷ୍ଟରେ ୬୩ ଓ ୯୪ ରନ କରିଥିଲେ । ୩ୟ ଟେଷ୍ଟରେ ୫୩ ଓ ୪ର୍ଥ ଟେଷ୍ଟରେ ୫୫ (ଅପରାଜିତ) କରିଥିଲେ । ସେହିପରି ୫ମ ଟେଷ୍ଟରେ ୧୨୫ ରନ ଓ ୬ଷ୍ଠ ଟେଷ୍ଟରେ ଅପରାଜିତ ୨୦୮ ଓ ୭ମ ଟେଷ୍ଟରେ ଅପରାଜିତ ୫୩ରନ କରିଥିଲେ ।
ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଶ୍ରୀଲଙ୍କା ଦଳ ମାତ୍ର ୧୬୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଏହାପରେ ଖବର ଲେଖାଯିବା ପର୍ଯ୍ୟନ୍ତ ପାକିସ୍ତାନ ତା’ର ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇ ୩୪୪ ରନ୍ କରିଛି। ପାକିସ୍ତାନର ଅଗ୍ରଣୀ ଏବେ ୧୭୮ ରନ୍ ରହିଛି। ଓପନର ଅବଦୁଲ୍ଲା ଶଫିକ୍ ୧୬୫ ଓ ସରଫରାଜ ଅହମ୍ମଦ ୧୪ ରନ୍ କରି ଖେଳୁଛନ୍ତି।