Onn 3

ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡ଼ି ବସିଲା ଭିଜିଲାନ୍ସ

Crime State

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ । ଲାଞ୍ଚ ନେବେବେଳେ ରେଡ ହାଣ୍ଡରେ ପୋଲିସକୁ ଧରିଛି ଭିଜିଲାନ୍ସ  ।  ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଏଏସଆଇ ନବୀନ କୁମାର ଶତପଥୀ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ  ତାଙ୍କୁ ବୌଦ୍ଧ ବସଷ୍ଟାଣ୍ଡରୁ  ଧରିଛି ।

ପାରିବାରିକ କେସକୁ ରଫାଦଫା କରିବା ପାଇଁ ଏଏସଆଇ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିଛି ଦିନ ପୂର୍ବରୁ ସେ ୨ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରି ସାରିଥିଲେ । ଅବଶିଷ୍ଟ ୮ ହଜାର ଟଙ୍କା ନେବାବେଳେ ତାଙ୍କୁ ମାଡି ବସିଛି ଭିଜିଲାନ୍ସ ।

ଧରାପଡିବା ପରେ ଭିଜିଲାନ୍ସ ଏକକାଳୀନ ତାଙ୍କର ତିନୋଟି ଘରେ ଚଢାଉ କରିଛି । ତାଙ୍କ ପାଖରେ ଆଉ କିଛି ଆୟ ବହିର୍ଭୂତ ସମ୍ପତ୍ତି ଅଛି କି ନାହିଁ ସେ ନେଇ ଭିଜିଲାନ୍ସ ଯାଞ୍ଚ କରିଛି । ଏ ନେଇ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, 2018 ର ଧାରା 7 ଅନୁଯାୟୀ  ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।