Photo For The News Of Ganadauda

ଆଗରପଡ଼ାରେ ଗଣଦୌଡ଼

State

ଆଗରପଡ଼ା :ରବିବାର ଦିନ ଆଗରପଡ଼ା ପାରମ୍ପାରିକ ଶ୍ରୀରାମ ନବମୀ ସମିତି ପକ୍ଷରୁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କୁଆଁସମଢ଼ିଆ ଛକ ଠାରୁ ଏହି ଏକତା ଦୌଡ଼ ବାହାରି ଆଗରପଡ଼ା ମୁଖ୍ୟ ବଜାର,କଲେଜ ଛକ, ଗଡ଼ଗଡ଼ି ଛକ,ଲକ୍ଷ୍ମିବଜାର ,ତାରିଣୀ ଛକ ପରିକ୍ରମା କରି ମେଳଣ ପଡ଼ିଆ ସ୍ଥିତ ହନୁମାନ ମନ୍ଦିର ଠାରେ ପହଁଚିିଥିଲା । ଭାରତର ଅଖଣ୍ଡତା ଓ ଏକତା ସଂପର୍କରେ ବିଭିନ୍ନ ସ୍ଲୋଗାନମାନ ସମଗ୍ର ଅଂଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ପ୍ରାରମ୍ଭରେ ଏହି ଗଣଦୌଡ଼କୁ ପାରମ୍ପରିକ ଭାବେ ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତି ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଟିପୁର, ବଡ଼ମହିଁଷଗୋଠ, ପୁରୁଷଣ୍ଢ, ନୁଆପୋଖରି, ମୁଣ୍ଡଳୀ, କାଣ୍ଡବା, ଟିକିରା, ମହାନ୍ତିପଡ଼ା ଆଦି ଅଞ୍ଚଚଳରୁ ଶତାଧିକ ବ୍ୟକ୍ତି ଆସି ଏଥିରେ ସାମିଲ୍ ହୋଇଥିଲେ । କାର୍ଯ୍ୟକ୍ରମରେ ସଭାପତି ତୃପ୍ତି ରଞ୍ଜନ ଦାଶ,ସମ୍ପାଦକ ବାବୁରାମ ବେହେରା,ଉପଦେଷ୍ଟା ଜ୍ଞାନଚାନ୍ଦ ଗୁପ୍ତା,ଭାସ୍କର ଦାସ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବିଜେପି ଡଃ ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ , ମାନବାଧିକାର କମିଶନ ମିଡିଆସେଲ ରାଜ୍ୟ ସଂପାଦକ ନିରୋଜ ଆଇଚ, ସାମ୍ବାଦିକ ଜିତେନ୍ଦ୍ର ଶତପଥୀ, ସୁଶାନ୍ତ ଦାସ, ଯୁବନେତା ସତ୍ୟସାଧନ ବେଜ, ଦିପକ ମହାନ୍ତି, ସର୍ବଜିତ ପଣ୍ଡା, ଅତିଶ ପଣ୍ଡା, ଅଶୋକ ପରିଡ଼ା, ରାଜୀବ ଲୋଚନ ରାୟ, ତପନ ସିଂହ, ଶିବାନନ୍ଦ ଦାଶ ଅଧିକାରୀ, ଦିଲୀପ ନାୟକ, ଦିଲୀପ ପୁହାଣ, ଚିନ୍ମୟ ସିଂହ, ଇଂ ଅମୀୟରଞ୍ଜନ ରାମ ପ୍ରମୁଖ ଏହି ଗଣଦୌଡ଼ରେ ସାମିଲ ଥିଲେ ।