IMG 20261023 WA0202

ସହରରେ ସଫେଇ କାର୍ଯ୍ୟରେ ଅବହେଳାକୁ ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ରାଜ୍ୟ
ବାରିପଦା : ବାରିପଦା ସହର ସବୁଜ ସୁନ୍ଦର ସହର ଭାବରେ ପରିଗଣିତ,ଏଥିପାଇଁ ସହର ବାସୀ,ବୁଦ୍ଧିଜିବୀ ମଣ୍ଡଳୀ , ବିଭିନ୍ନ ସ୍ବଚ୍ଛାସେବୀ ସଂସ୍ଥା ଏବଂ ବିଭିନ୍ନ ସଂଗଠନ ମାନେ ମଧ୍ୟ ସଚେତନ ରହିଥାନ୍ତି I ମାତ୍ର ବାରିପଦା ପୌରପରିଷଦ ପକ୍ଷରୁ ସହରରେ ସଫେଇ କାର୍ଯ୍ୟ କୁ ଗୁରୁତ୍ୱ ଦିଆଯାଉନଥିବା ଯୋଗୁଁ ସହରର ବିଭିନ୍ନ ୱାର୍ଡ ମାନଙ୍କରେ ପରିବେଶ ଦୂଷିତ ହେଉଅଛି l ଏହାକୁ ନେଇ  ଜିଲ୍ଲାର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ତରଫରୁ ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଅଛି I ବାରିପଦା ସହରରେ ଯେଉଁ ସଂସ୍ଥା ସଫେଇ କାର୍ଯ୍ୟକ୍ରମ ନିମନ୍ତେ କାର୍ଯ୍ୟରତ ରହିଛି,ସେହି ସଂସ୍ଥା ର ସଫେଇ ନିମନ୍ତେ ଆବଶ୍ୟକ ଉପକରଣ ର ଅଭାବ ଏବଂ ବହୁମୁଖୀ ଅବହେଳା  ମନୋଭାବ ପାଇଁ ସଫେଇ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହେଉଥିବା ର ପରିଲକ୍ଷିତ  କରାଯାଉଅଛି  Iଯେଉଁଥିପାଇଁ ଆଜି ବାରିପଦା ସହର ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ I ତଥାପି ଏଥିପ୍ରତି କାହାରି ନିଘା ନାହିଁ l ଯାହାର ଉଦାହରଣ ସ୍ବରୂପ ବିଭିନ୍ନ ୱାର୍ଡ ମାନଙ୍କ ରେ ରାସ୍ତାକଡରେ ଅଳିଆ ଆବର୍ଜନା ଜମିରହି ପରିବେଶ ଦୂଷିତ କରିବା ସହ ଦୁର୍ଗନ୍ଧ ହୋଇ ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ପରିଲିଖିତ ହେଉଛି I ତା ସହ ସବୁଦିନ ଅଳିଆ ଗାଡି ବିଭିନ୍ନ ୱାର୍ମମାନଙ୍କୁ ଯାଉନାହିଁ l ଏଥିପାଇଁ ସଫେଇ ସଂସ୍ଥା ର କୌଣସି ଦାୟିତ୍ବ ନ ଥିବାର ପରିଲିଖିତ ହେଉଛି ଇ ବିଭିନ୍ନ ୱାର୍ଡ ମାନଙ୍କରେ ଯେଉଁ ସଫେଇ ବୋର୍ଡ ଲାଗିଛି,ସେ ବୋର୍ଡ ରେ ଥିବା ଫୋନ୍ ନମ୍ବର୍ କୁ କୌଣସି ସାଧାରଣ ନାଗରିକ ଯୋଗାଯୋଗ କରିଲେ କୌଣସି ଉତ୍ତର ନ ଆସିବା ସହ କୌଣସି ସଫେଇ ସମ୍ବନ୍ଧିୟ ପଦଖେପ ନିଆ ଯାଉ ନାହିଁ ,ଯାହା ଦ୍ବାରା କୁଢ କୁଢ ଆବର୍ଜନା ଘର ଗୁଡିକ ସାମ୍ନା ରେ ପଡି ରହି ପରିବେଶ ଦୂଷିତ କରିବା ସହ ଅସ୍ବାସ୍ଥ୍ୟକର ପରିସ୍ଥିତି ସ୍ରୁଷ୍ଟି ହେଉଛି I
  ଏଣୁ ବିନମ୍ର ନିବେଦନ ଯଥା ଶୀଘ୍ର ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ସଫେଇ ସଂସ୍ଥା କୁ କାର୍ଯ୍ୟ ରୁ ନିବ୍ରୁତ କରିବା ସହ ସେହି ସଂସ୍ଥା କୁ କଳାତାଲିକା ଭୁକ୍ତ  କରାଯାଉ ଏବଂ ଅନ୍ୟ କୌଣସି ଉପଯୁକ୍ତ ସଫେଇ ସଂସ୍ଥାକୁ ନିୟୋଜିତ କରାଯାଉ l ଅନ୍ୟଥା ଭଞ୍ଜସେନା ଚିରାଚରିତ ଢଙ୍ଗ ରେ ବିଭିନ୍ନ ୱାର୍ଡ ମାନଙ୍କରେ ସାଧାରଣ ଜନ ସାଧାରଣଙ୍କୁ ସାଥିରେ ନେଇ ଏହାକୁ ବିରୋଧ କରିବା ସହିତ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବ ବୋଲି ଦାବୀପତ୍ର ରେ ଉଲେଖ କରାଯାଇଅଛି l ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଛାତ୍ର ସଭାପତି ଦୀପକ କୁମାର ବେହେରା ଙ୍କ ନେତୃତ୍ୱରେ ଉପ ସଭାପତି ରୁଦ୍ର ପଟ୍ଟନାୟକ, ଗୋପାଳ ସିଂ, ହ୍ର୍ରିତିକ ନାଥ, ପଦ୍ମଲୋଚନ ମୁଖୀ, ପଙ୍କଜ ପରିଡା, ଫାୟାର ମଣ୍ଡଳ, ଅର୍ଜୁନ ପରିଛା, ଦିବ୍ୟଜ୍ୟୋତି ଦାସ, ଆନନ୍ଦ ପରିଡା, ସୁଧାଂଶୁ ମହାନ୍ତ,ଶିବାଜୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି l