Onn 3

ବିଜୟ ସହ ବିଶ୍ବକପ୍‌-୨୦୨୩ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ

sports

download

ଅହମଦାବାଦ : ଆଇସିସି ବିଶ୍ବକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ । ଏହା ସହିତ ୨୦୧୯ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ।
ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ଏହି ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୩୭ ତମ ଓଭରରେ ଗୋଟିଏ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଦେଓ୍ବନ କନଓ୍ବେ ଅପରାଜିତ ୧୫୨ ଓ ରଚିନ ରବୀନ୍ଦ୍ର ଅପରାଜିତ ୧୨୩ ରନ କରିଥିଲେ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ଡାଓ୍ବିଡ୍ ମଲାନ ଓ ଜନି ବେୟାରଷ୍ଟୋ ୪୦ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ତେବେ ମଲାନ ମାତ୍ର ୧୪ ରନରେ ଆଉ ହେବା ପରେ ଜୋ ରୁଟ୍ ଓ ବେୟାରଷ୍ଟୋ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ରୁଟ୍ ସର୍ବାଧିକ ୭୭ ରନ କରିଥିବାବେଳେ ବେୟାରଷ୍ଟୋ ୩୩ ରନ କରିଥିଲେ । ମଧ୍ୟକ୍ରମରେ କେତେକ ବ୍ୟାଟର ବିଫଳ ହେବା ପରେ ଜସ ବଟଲର ଓ ଲିଆମ ଲିଭିଂଷ୍ଟୋନ ସ୍କୋରକୁ ଏକ ସମ୍ମାନଜୋନକ ସ୍ତରକୁ ନେଇଯାଇଥିଲେ । ଶେଷ ବେଳକୁ ମାର୍କ ଉଡ୍ ଓ ଆଦିଲ୍ ରସିଦ୍ ଉପଯୋଗୀ ବ୍ଯାଟିଂ କରି ସ୍କୋରକୁ ୨୮୦ ଉପରକୁ ନେଇଯାଇଥିଲେ ।
ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୩ଟି ଓ୍ବିକେଟ ନେଇଥିବାବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।