Onn 3

ବାଣ କାରଖାନାରେ ବିସ୍ଫୋରଣ, ଚାଲିଗଲା ୪ଜଣଙ୍କ ଜୀବନ

National & International

 

bana

ତାମିଲନାଡୁ: ଜଳିଗଲା ବାଣ କାରଖାନା । ଚାଲିଗଲା ୪ଜଣଙ୍କ ଜୀବନ । ବାଣ ଭିଡୁଥିବା ବେଳେ ବାଣ କାରଖାନାରେ ଘଟିଲା ବିସ୍ଫୋରଣ । ତାମିଲନାଡୁର ନାଗାପାଟ୍ଟିନାମ୍ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଆହତ ମାନଙ୍କ ସଂଖ୍ୟା ଜଣାପଡିନଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି ।

ସୂଚନା ଅନୁସାରେ, ଗତକାଲି ତାମିଲନାଡୁର ନାଗାପାଟ୍ଟିନାମ୍ ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବାଣ ତିଆରି ଚାଲିଥିବା ବେଳେ ଷଠାତ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏବେ ଶକ୍ତିଶାଳୀ ଥିଲା ଯେ ୧୦୦ ମିଟର ଦୁରକୁ ମୃତଦେହର ଅଂଶ ଛିଟିକି ପଡିଥିଲା । ସ୍ଥାନୀୟ ଅଞ୍ଚଳରେ ଥିବା ଘର ଆଦି ଥରିବାକୁ ଲାଗିଥିଲା । ତେବେ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ମାନଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ । ବର୍ତ୍ତମାନ ମୃତକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଥିବା ବେଳେ ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ୨୦୦୮ରୁ ଚାଲିଥିବା ଏହି ବାଣ କାରଖାନାକୁ ୨୦୨୩ ରୁ ୨୦୨୬ ପର୍ଯ୍ୟନ୍ତ ବାଣ ତିଆରି ପାଇଁ ଲାଇସେନ୍ସ ମିଳିଛି । ତେବେ କୌଣସି ବିସ୍ଫୋରକ ପାଉଡର ମିଶ୍ରଣ ସମୟରେ ଏହି ବିସ୍ଫୋରଣ ହୋଇଥାଇ ପାରେ ବୋଲି ପୋଲିସର ପ୍ରଥମିକ ତଦନ୍ତରରୁ ଜଣାପଡିଛି । ଅନ୍ୟପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି । ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।