Onn 3

ଲୌହଶିଳ୍ପ ପ୍ରତିଷ୍ଠା ନେଇ ବାମନଘାଟୀ ଲୌହ ଶିଳ୍ପ ସ୍ଥାପନ କ୍ରିୟାନୁଷ୍ଠାନ କମିଟିର ବୈଠକ

State

ବାରିପଦା: ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଲୌହଖଣି ଥିବା ସତ୍ବେ ଲୌହ ଶିଳ୍ପ ନାହିଁ । ଲୌହ ଶିଳ୍ପ ପ୍ରତିଷ୍ଠା ପାଇଁ ଦିର୍ଘ ବର୍ଷ ହେଲା ବାମନଘାଟୀ ଉପଖଣ୍ଡ ବାସୀ ସରକାରଙ୍କ ଠାରେ ଦାବି କରି ଆସୁଛନ୍ତି ।ବିଳମ୍ବରେ ହେଲେ ମଧ୍ଯ ରାଜ୍ୟ ସରକାର ବାମନଘାଟୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଲୌହ ଶିଳ୍ପ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେବା ସହ ଜମି ଅଧିଗ୍ରହଣ କାର୍ଯ୍ୟକୁ ଅଗ୍ରାଧିକାର ଦେଇଛନ୍ତି । ସରକାରଙ୍କ ଲୌହଶିଳ୍ପ ପ୍ରତିଷ୍ଠାକୁ ନେଇ ଵାମନଘାଟୀ ଲୌହ ଶିଳ୍ପ ସ୍ଥାପନ କ୍ରିୟାନୁଷ୍ଠାନ କମିଟି ସ୍ବାଗତ କରିବା ସହ କୃତଜ୍ଞତା ଜଣାଇଛନ୍ତି ।ଶିଳ୍ପବିହୀନ ବାମନଘାଟୀ ଉପଖଣ୍ଡରେ ଶିଳ୍ପ ପ୍ରତିଷ୍ଠା ହେଲେ ବେକାର ସଂଖ୍ୟା,ଦାଦନ ସଂଖ୍ୟା କମିବା ସହ ଛୋଟ ବଡ଼ ଅନ୍ୟ ଶିଳ୍ପ,ଦୋକାନ ବଜାର ଗଢି ଉଠିବ । ଲୋକଙ୍କର ଆର୍ଥିକ ବିକାଶ ଘଟିବା ସହ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଅର୍ଥନୀତିର ଅଭିବୃଦ୍ଧି ଘଟିବ ।

ଵାମନଘାଟୀ ଲୌହ ଶିଳ୍ପ ସ୍ଥାପନ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଯାମଦା ବ୍ଳକର ତେନ୍ତଳା ଗ୍ରାମର ଫୁଟବଲ ପଡ଼ିଆରେ ଯୁବ ସାମାଜିକ କର୍ମୀ ସୁବାଷ ମଣ୍ଡଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସରକାରଙ୍କ ଦ୍ଵାରା ଯାମଦା ବ୍ଳକର କୁଲେଇବିରା ଏବଂ ଆନନ୍ଦପୁର ଗ୍ରାମରେ ଦୁଇଟି ଲୌହ ଶିଳ୍ପ ପ୍ରତିଷ୍ଠା ଉଦ୍ୟମକୁ କମିଟି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।ବୈଠକରେ ସର୍ବ ସମ୍ମତି କ୍ରମେ ନିମ୍ନଲିଖିତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ୧- ଚିହ୍ନଟ ହୋଇଥିବା ବିଭିନ୍ନ ଅଂଚଳରେ ସୁରୁଖୁରୁରେ ଶିଳ୍ପ ସ୍ଥାପନ ପାଇଁ ଉଚିତ ପଦକ୍ଷେପ,୨- ଶିଳ୍ପ ସ୍ଥାପନରେ ଶିଳ୍ପ ପ୍ରତିନିଧି ଚିନ୍ମୟ ଦାସ ଏବଂ ରୁଙ୍ଗଟା ଷ୍ଟିଲ ଓ୍ବାର୍କସ ପ୍ରାଇଭେଟ୍ ଲିମିଟେଡର ସିଇଓ ଶ୍ରୀଯୁକ୍ତ ରାଣାଙ୍କ ଦ୍ବାରା ବାଦ,ବିବାଦ,ଦ୍ଵନ୍ଦ ସୃଷ୍ଟି କରୁଥିବା,ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେଉଥିବା ଯୋଗୁଁ ଶିଳ୍ପ ପ୍ରତିଷ୍ଠା ପର୍ଯ୍ୟନ୍ତ ତାଙ୍କୁ ଵିରତ କରାଯିବା, ୩-ଶିଳ୍ପ ସ୍ଥାପନ ହେଉଥିବା ଅଂଚଳରେ ବିସ୍ଥାପିତ ପରିବାରଙ୍କୁ କାରଖାନାରେ ଖଣ୍ଡେ ସ୍ଥାୟୀ ଚାକିରୀ, ସେମାନଙ୍କୁ ଉଚିତ କ୍ଷତିପୂରଣ,ବିସ୍ଥାପନ ନିୟମ ଅନୁସାରେ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବା ଦାବି ହୋଇଥିଲା ।ସେହିଭଳି ଦିର୍ଘବର୍ଷ ହେଲା ସରକାରୀ ଜମିରେ ରହିଥିବା ପରିବାରଙ୍କୁ ମଧ୍ୟ ବିସ୍ଥାପନ ଗାଇଡ ଲାଇନ ଅନୁସାରେ କ୍ଷତିପୂରଣ ଅନୁକମ୍ପା ରାଶି,ଥଇଥାନ, ଚାକିରି ଏବଂ କମ୍ପାନୀର ଆନୁଷଙ୍ଗିକ ସୁବିଧା ଦିଆଯିବା ଉଚିତ୍ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା ।୪-ଅଂଚଳରେ ସାମଗ୍ରିକ ବିକାଶ ବଦଳରେ ବିନାଶ ନ ହେଉ,ପରିବେଶ ସୁରକ୍ଷା,ପର୍ଯ୍ୟାଵରଣ ସୁରକ୍ଷା, ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ କ୍ରିୟାନୁଷ୍ଠାନ କମିଟି ତରଫରୁ ତିକ୍ଷ ନଜର ରଖିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।୫-ସରକାରଙ୍କ ଜନକଲ୍ଯାଣ ନୀତି ,ଦାରିଦ୍ର୍ୟ ଦୂରୀକରଣ,ଲୌହ ଶିଳ୍ପର ହଵ୍, ଏବଂ ଅଂଚଳର ବିକାଶ ପାଇଁ ବଳିଷ୍ଠ ଉଦ୍ଯମକୁ ପ୍ରଶଂସା କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ ଟି ସଚିବ ଭି କେ ପାଣ୍ଡିଆ ନ ଏବଂ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏକ ଧନ୍ୟବାଦ ପତ୍ର ପ୍ରେରଣ ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରସ୍ତାବ ରଖା ଯାଇଥିଲା ।୬-କେନ୍ଦ୍ରୀୟ କମିଟି (ବାମନଘାଟୀ ଲୌହଶିଳ୍ପ ସ୍ଥାପନ କ୍ରିୟାନୁଷ୍ଠାନ କମିଟି ,) ମୟୂରଭଞ ତରଫରୁ ଶିଳ୍ପାୟନ ଅଂଚଳରେ ସବକମିଟି ଗଠନ କରାଯାଇ ଶିଳ୍ପ ସ୍ଥାପନ ନିମନ୍ତେ ସଂପୁର୍ଣ୍ଣ ସହଯୋଗ ଓ ସହାୟତା କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏହି ବୈଠକରେ କମିଟିର ସଦସ୍ଯ ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା, ପୌରାଧ୍ଯକ୍ଷ ଅଭିଷେକ ପଟନାୟକ,ସଚିନ୍ଦ୍ର ଦାସ, ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ଶ୍ୟାମ ସୁନ୍ଦର ଦାସ, ତନୁଜା ମହାନ୍ତ, ବାବୁଲା ପାତ୍ର, କୁଶାଲ ମୁର୍ମୁ, ଜୀତେନ୍ଦ୍ର ବେହେରା,ଵହଳଦା ବ୍ଳକ ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର ମାରାଣ୍ଡି, ରାଜେନ୍ଦ୍ର ମଲ୍ଲିକ, ହରେକୃଷ୍ଣ ମଣ୍ଡଳ, ବିଶ୍ବନାଥ ସୋରେନ, ପୂର୍ଣ ଚନ୍ଦ୍ର ମାରାଣ୍ଡି, ଶେଖର ହେମ୍ବ୍ରମ, ଡଜନ ମୁର୍ମୁ, ଶିଶିର ମଣ୍ଡଳ,ନୀଳ ରତ୍ନ ମଣ୍ଡଳ, ଶ୍ରୀନିବାସ ବାରିକ, ଧରଣୀଧର ହେମ୍ବ୍ରମ,ସିଙ୍ଗରାଜ ହେମ୍ବ୍ରମ,ବିକ୍ରମ ହାଁସଦା, ଦୟାନିଧି ମହାକୁଡ଼,ବିଷ୍ଣୁ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ । ସରକାରଙ୍କ ବାମନଘାଟୀ ଉପଖଣ୍ଡରେ ଲୌହ ଶିଳ୍ପ ପ୍ରତିଷ୍ଠା ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।