Img 20240404 Wa0169

ମୋହରୀର ସଙ୍ଘ ପକ୍ଷରୁ ନବନିର୍ବାଚିତ ଓକିଲ ସଙ୍ଘର କର୍ମକର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

State

ବାରିପଦା : ଜିଲ୍ଲା ଓକିଲ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଆଜି ବାରିପଦା ମୋହରୀର ସଙ୍ଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ମୋହରୀର ସଙ୍ଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଓକିଲ ସଙ୍ଘର ସଭାପତି ବିଭୁ ପ୍ରସାଦ ଦାସ ସାଧାରଣ ସମ୍ପାଦକ ବିପ୍ଳବ କୁମାର ବାରିକ, ଉପସଭାପତି ସୁଜାତା ମିଶ୍ର, ଯୁଗ୍ମ ସମ୍ପାଦକ (ପ୍ରଶାସନ) ପଙ୍କଜ ମହାକୁଡ଼, ଯୁଗ୍ମ ସମ୍ପାଦକ ୱେଲଫେୟାର ସ୍ୱରୂପ ମିଶ୍ର, ଯୁଗ୍ମ ସମ୍ପାଦକ ପାଠାଗାର ସତ୍ୟନାରାୟଣ ବେହେରା, କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତ ଏବଂ ପରିଚାଳନା କମିଟି ସଦସ୍ୟ ଦେବରାଜ ମିଶ୍ର, ଉତ୍ତମ ସଙ୍କର ରାୟ, ଜ୍ଞାନ ରଂଜନ ଜେନା, ମାନସ ରଞ୍ଜନ ବେହେରା, ସୁଧାଂଶୁ ଶେଖର ପାଲ, ସୁସ୍ମିତା ଘୋଷାଲ, ସ୍ୱପ୍ନା ମହାନ୍ତି, ଉତ୍ତମ କୁମାର ଦଳବେହେରା ଯୋଗ ଦେଇ ଓକିଲ ଏବଂ ମୋହରୀର ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ | ଉଭୟଙ୍କ ସମନ୍ୱୟ ସହଯୋଗରେ ଲୋକେ ଆଇନଗତ ସହାୟତା ପାଇଥାନ୍ତି ବୋଲି କହିଥିଲେ | ଏହି ଅବସର ରେ ଓକିଲ ସଙ୍ଘର କର୍ମକର୍ତ୍ତା ମାନଙ୍କୁ ମୋହରୀର ସଙ୍ଘ ତରଫରୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ମୋହରୀର ସଙ୍ଘର ସମ୍ପାଦକ ସଂଗ୍ରାମ ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, କୋଷାଧ୍ୟକ୍ଷ ଜୋତିନ ଚନ୍ଦ୍ର ଗିରି, ସଦସ୍ୟ ପିତାମ୍ବର ମଲ୍ଲିକ, ତ୍ରିଲୋଚନ କମିଳା ପ୍ରମୁଖ ସହଯୋଗ କରିଥିଲେ |