Rat

ବାରିପଦା ଘୋଷଯାତ୍ରାରେ ସାମିଲ ହେବେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

State

ମା ସୁଭଦ୍ରାଙ୍କ ରଥ ଟଣା ପର୍ବରେ ସାମିଲ ହେବେ

ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧ ବାରିପଦା ଶ୍ରୀ ଶ୍ରୀ ହାରିବଳଦେବଜୀଉ ବିଜେ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ୨୦୨୪ରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମା ସୁଭଦ୍ରାଙ୍କ ରଥ ଟଣା ପର୍ବରେ ସାମିଲ ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିବର୍ଷ ପ୍ରଚଳିତ କାର୍ଯ୍ୟସୂଚୀ ଅନୁସାରେ ପହଣ୍ଡି ପରଦିନ ବାରିପଦାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ; ଏହି ପରିପ୍ରେକ୍ଷୀରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବାରିପଦାରେ ପହଂଚି ଅପରାହ୍ନରେ ମା ସୁଭଦ୍ରାଙ୍କ ରଥ ଟଣା କାର୍ଯ୍ୟକ୍ରମରେ ସାମିଲ ହେବେ। ସୂଚନା ଥାଉକି ଚଳିତ ବର୍ଷ ବାରିପଦା ରଥଯାତ୍ରାରେ ମା ସୁଭଦ୍ରାଙ୍କ ରଥ ଟଣା ନୀତିକୁ ୫୦ ବର୍ଷ ସମ୍ପୂର୍ଣ୍ଣ ହେଉଛି। ଏଣୁ ଏହି ନୀତିକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିହିତ କାର୍ଯ୍ୟକ୍ରମ ଦାୟିତ୍ୱ ହାତକୁ ନିଆଯାଇଛି।