Img 20240706 Wa0281

ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ; ଜିଲ୍ଲାପାଳ ପ୍ରଦାନ କଲେ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଏବଂ ସଂରକ୍ଷଣ ପୁରସ୍କାର

State

ବାରିପଦା:  ସାରା ଦେଶ ୭୫ତମ ବନ ମହୋତ୍ସବ ପାଳନ କରୁଥିବା ବେଳେ, ଓଡିଶାର ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ଶୁକ୍ରବାର ଦିନ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ବିଭାଗ ଦ୍ୱାରା ବାରିପଦାର ଗୋବର୍ଧନଷୋଳସ୍ଥ ସ୍ମୃତିବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଏବଂ ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାପାଳ, ଶିମିଳିପାଳ ବନଖଣ୍ଡ ବିଭାଗ ଉପ-ନିର୍ଦ୍ଦେଶକ, ବିଭାଗୀୟ ଜଙ୍ଗଲ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଚାରା ରୋପଣ କରିଥିଲେ। ନିଜ ଅଭିଭାଷଣରେ ଜିଲ୍ଲାପାଳ ମିଶନ ଶିମିଳିପାଳ ଏବଂ ମୟୂରଭଞ୍ଜ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ଅଂଚଳରେ ବୃକ୍ଷର ଆବଶ୍ୟକ ଯେତିକି ବନ୍ୟପ୍ରାଣୀଙ୍କ ର ଆବଶ୍ୟକ ମଧ୍ୟ ସେତିକି। ଏଣୁ ସରକାରଙ୍କର ଯେଉଁ “ମାଆ ପାଇଁ ଗଛ ଟିଏ” ବା ଏକ ପେଡ ମା କେ ନାମ” ଏହି ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ଆମେ ସଦା ସର୍ବଦା ଚେଷ୍ଟିତ ରହିବା ବୋଲି ଜିଲ୍ଲାପାଳ କହିଥିଲେ। ଏହି କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ପ୍ରକୃତି ମିତ୍ର ତଥା ବନ ସୁରକ୍ଷା ସମିତି ଓ ଇକୋ-ଡେଭଲପମେଣ୍ଟ କମିଟି ମାନଙ୍କୁ ଉପଖଣ୍ଡ ସ୍ତରୀୟ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଏବଂ ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। କପ୍ତିପଦା ଉପଖଣ୍ଡ ପାଇଁ କୁଂଆରପାଳ, ବାରିପଦା ଉପଖଣ୍ଡ ପାଇଁ ବ୍ରାହ୍ମଣ ଗାଁ, ପଂଚପୀଢ଼ ପାଇଁ ସାନ-ଉସକୀ, ବାମନଘାଟି ପାଇଁ ବଁଡ଼ୁଦା, କେନ୍ଦୁଝରର ଆନନ୍ଦପୁର ବନଖଣ୍ଡ ପାଇଁ ସଜନାପାଳ ଏବଂ କେନ୍ଦୁଝର ସଦର ପାଇଁ ରେବଣା-ଏ ନ ସୁରକ୍ଷା ସମିତି ଓ ଇକୋ-ଡେଭଲପମେଣ୍ଟ କମିଟି ମାନଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା, ଶିମିଳିପାଳ (ଉତ୍ତର) ଉପ-ନିର୍ଦ୍ଦେଶକ, ଶ୍ରୀ ସାଇ କିରଣ, ଶିମିଳିପାଳ (ଦକ୍ଷିଣ) ଉପ-ନିର୍ଦ୍ଦେଶକ, ଶ୍ରୀ ସମ୍ରାଟ ଗୌଡା, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି ପ୍ରମୁଖ ଯୋଗ ଦେଇଥିବା ବେଳେ, ବାରିପଦା ବନଖଣ୍ଡ ବିଭାଗୀୟ ଅଧିକାରୀ ଶ୍ରୀ ଏ. ଉମା ମହେଶ ଉପସ୍ଥିତ ସମସ୍ତଙ୍କୁ ବନମହୋତ୍ସବର ଶପଥ ପାଠ କରାଇଥିଲେ। ଏହି ସଭାରେ ମଂଚ ପରିଚାଳନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି କରିଥିବା ବେଳେ ସହକାରୀ ବନ ସଂରକ୍ଷଣକାରୀ, ବାରିପଦା ଶ୍ରୀ ଅରୁଣ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।