Img 20240706 Wa0295

ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ -୨୦୨୪ ପାଳିତ

State

ବାରିପଦା: ଓଡିଶା ସାହିତ୍ୟ ଏକାଡେମୀର ସ୍ୱ ନକ୍ଷ ତ୍ର ଦିବସ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ଙ୍କର ପ୍ରତକ୍ଷ୍ୟତତ୍ତାବଧନରେ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ସ୍ତରୀୟ ଅନୁଷ୍ଠିତ ଏହି ସାରସ୍ୱତ ପ୍ରତିଯୋଗିତାର ପୁରସ୍କାର ବିତରଣୀ ସଭାରେ ସଭାପତିତ୍ବ କରିଥିଲେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ତଥା ଈଶ୍ୱର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ଖେରନା ର ଶିକ୍ଷକ ଜଗନ୍ନାଥ ସାହୁ, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ, ସମ୍ମାନିତ ଅତିଥି ଭାବରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀର ବାରିପଦା ନଗର ପ୍ରମୁଖ ଶିବ ଶଙ୍କର ଗିରି ମୁଖ୍ୟ ବକ୍ତା ଭାବରେ ଜାତୀୟ ସବୁଜ ବାହିନୀ ଇକୋ କ୍ଲବର ସଂଯୋଜକ ଡ଼କ୍ଟର ରମାକାନ୍ତ ମହାନ୍ତ l ଉକ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ହେଲେ ଜୁନିଅର ବିଭାଗର ପ୍ରବନ୍ଧ ବିଭାଗରେ ପିନାକୀ ପିତାମ୍ବର ପାଟବନ୍ଧା, ଓ ଏ ଭି, ମୋରଡା l ବକ୍ତୃତା ପ୍ରତିଯୋଗିତାରେ ସାଇ ଶ୍ରଦ୍ଧା ମହାପାତ୍ର, ଓ ଏ ଭି, ରାଣୀ ଭୋଳ, କବିତା ଆବୃତ୍ତି ବିଭାଗରେ ବେବିନା ହା ବ ଡ଼ା, ଏମ ପି. କେ ହାଇସ୍କୁଲ,ବାରିପଦା ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ହିମାଦ୍ରୀ ନାରାୟଣ ମିଶ୍ର ଓ ଏ ଭି, ରାଣୀ ଭୋଳ ସିନିଅର ବିଭାଗର ପ୍ରବନ୍ଧ ପ୍ରତିଯୋଗିତାରେ ଉଶସ୍ବୀ ଜେନା, ଓ ଏ ଭି, ଚାନ୍ଦୁଆ  ବକ୍ତୃତା ପ୍ରତିଯୋଗିତାରେ ଭି କିରଣ ତେଜସ୍ୱିନୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାରିପଦା କବିତା ଆବୃତ୍ତି ପ୍ରତିଯୋଗିତାରେ ଯଶସ୍ମିତା ଦାସ, ଓ ଏ ଭି. ରାସ ଗୋବିନ୍ଦ ପୁର ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସାଇ ଶଙ୍କର ମିଶ୍ର, ଓ ଏ ଭି ରାଣୀଭୋଳ । ଏଥିରେ ବିଚାରକ ଭାବରେ ଯୋଗ ଦାନ କରିଥିଲେ ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ସାମଲ ଶିକ୍ଷକ ଅତୁଲ କୁମାର ପରିଡା lଶିକ୍ଷକ ସଞ୍ଜୟ କୁମାର କଲିଆ । ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ମନୋଜ କୁମାର ପରିଡା l କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ କନିଷ୍ଠ ସହାୟକ ପ୍ରବୀର୍ କୁମାର ବେହେରା ଏଠାରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଜୁନିଅର ବିଭାଗର କୃତି ପ୍ରତିଯୋଗିମାନେ ଆସନ୍ତା ତାରିଖ ୧୪ ରେ ଏବଂ ସିନିଅର ବିଭାଗର କୃତି ପ୍ରତିଯୋଗିମାନେ ୧୭ ତାରିଖ ରେ ଓଡିଶା ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ପ୍ରତି ଯୋଗଗିତାରେ ଅଂଶ ଗ୍ରହଣ କରିବେ ll