Image 2024 04 14t153924.637

ଡିଭାଇଡରରେ ପିଟି ହେଲା କାର୍, ଚାଲିଗଲା ବାପ-ଝିଅଙ୍କ ଜୀବନ

Crime State

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯଶୋଟିକିରୀ ଛକ ନିକଟ ଏନଏଚ୍ ୧୬ରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ କାର୍ ଟି ପିଟି ହେବାରୁ ଅକାରଣରେ ଚାଲିଗଲା ବାପ ଓ ଝିଅର ଜୀବନ । ମୃତକ ହେଲେ ସୁଭାଶିଷ ଗାଙ୍ଗୁଲି (୫୫) ଓ ତାଙ୍କ ୪ ବର୍ଷର ଝିଅ କୋଏଲ ଗାଙ୍ଗୁଲି ।

ସୂଚନାନୁଯାୟୀ, ଗୋଟିଏ ପରିବାରର ୫ ଜଣ ସଦସ୍ୟ ପୁରୀ ରୁ ଜଗଦର୍ଶନ ସାରି ଖଡ଼ଗପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ଉକ୍ତ କାର୍ ଟି ଭାରସାମ୍ୟ ହରାଇ ଯଶୋଟିକିରି ଠାରେ ଏକ ଡିଭାଇଡରକୁ ଧକ୍କା ଦେଇଥିଲା ।

ଖବରପାଇ ଅଗ୍ନିଶମ ବାହନୀ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ସୁଭାଷିଶ ଗାଙ୍ଗୁଲି ଓ ତାଙ୍କ ଝିଅଙ୍କୁ ମୃତ ଘୋଷଣା କରାଯାଇଥିଲା ।

ତେବେ ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ରହିଛନ୍ତି । ଗୁରୁତରଙ୍କ ମଧ୍ୟରେ ଶାଶୁ ଓ ବୋହୂ, ଶ୍ୱଶୁର ରହିଛନ୍ତି ।