Sing

ଆଜିଠୁ ଆରମ୍ଭ ହେଲା ସିଂହଦ୍ୱାର ପ୍ରତିହାରୀ ସେବା, ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିବ ରୋକ

State

ପୁରୀ: ଆଜିଠୁ ପୁରୀ ଶ୍ରୀମନ୍ଦିର ସିଂହଦ୍ବାରରେ ଆରମ୍ଭ ହେଲା ପ୍ରତିହାରୀ ସେବା । ସକାଳେ ଓ ସନ୍ଧ୍ୟା ପାଇଁ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ଉପରେ ସେମାନେ ରଖିଛନ୍ତି ନଜର । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପ୍ରଶାସନ ଏହି ବଡ ପଦକ୍ଷେପ ନେଇଛି ।

ତେବେ ଆଜି ଭୋରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦ୍ୱାର ଫିଟା ସମୟରେ ଦୁଇ ଜଣ ଜଗି ରହିଥିବାବେଳେ, ସନ୍ଧ୍ୟା ରେ ଆଳତି ସମୟରେ ଦୁଇ ଜଣ ପ୍ରତିହାରୀ ସେବକ ମୁତୟନ ରହିବେ ।

ଏବେ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯିବ । ପରବର୍ତ୍ତି ପର୍ଯ୍ୟାୟରେ ୪ ଦ୍ୱାରରେ ପ୍ରତିହାରୀ ସେବାୟତଙ୍କୁ ନିୟୋଜିତ କରାଯିବା ବୋଲି ନିଷ୍ପତ୍ତି ହୋଇଛି ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସରେ ସୁରକ୍ଷାବଳୟ ଭାଙ୍ଗି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରେ ଅବାଧରେ ପ୍ରବେଶ କରିଥିଲେ । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ସିଂହଦ୍ୱାର ଥାନାରେ ଜିମା ଦେଇଥିଲେ । ଏହି ମାମଲାକୁ ଗୁରୁତର ସହ ନେଇ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସ ଆରମ୍ଭ କରିଛି ।

ଆଗକାଳରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରତିହାରୀ ସେବକମାନେ ଦାୟିତ୍ୱ ନିର୍ବାହ କରୁଥିଲେ । ତେବେ କାଳକ୍ରମେ ସିଂହଦ୍ୱାର ପ୍ରତିହାରୀ ସେବା ବନ୍ଦ ହୋଇଯାଇଥିଲା । ସେମାନେ କେବଳ ଶ୍ରୀମନ୍ଦିର ଭିତରେ ଏବଂ ରଥଯାତ୍ରା ସମୟରେ ସେବା ଯୋଗାଉଥିଲେ ।