Onn 3

କଟକ ସହରରୁ ଉଠିଯିବ ମାଲଗୋଦାମ

State

 

malg

କଟକ: କଟକ ସହରର ପରିଚୟ, ଦେଢଶହ ବର୍ଷର ସଂସ୍କୃତିକୁ ଧରି ରଖିଥିବା ମାଲଗୋଦାମ ଏ ପୁରୁଣା ସହର ଛାତିରୁ ହଜିଯିବ । ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାର୍ଶକୁ ଏହା ସ୍ଥାନାନ୍ତର କରାଯିବ । ଏ ନେଇ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛନ୍ତି ।

ଦିନକୁ ଦିନ ଜନସଂଖ୍ୟା ବଢୁଛି । ବ୍ୟବସାୟୀ ସଂଖ୍ୟା ବି ବଢୁଛି । ହେଲେ ଏଇ ପୁରୁଣା ମାଲଗୋଦାମ ବ୍ୟବସ୍ଥିତ ଭାବେ ହୋଇ ନାହିଁ । ତେଣୁ ଏହାର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି ।ନୂଆ ମାଲଗୋଦାମ ପାଇଁ  ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇ ସାରିଥିବାବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ଖୁବ ଶୀଘ୍ର ପ୍ରସ୍ତାବ ଦିଆଯିବ ।

ଇତିହାସରୁ ଯାହା ଜଣଯାଏ ନଅଙ୍କ ଦୁର୍ଭିକ୍ଷ ସମୟରେ କଟକରେ ମାଲଗୋଦାମ ପ୍ରାୟ ୬୦ ଏକର ଜମିରେ ବସିଥିଲା । ପ୍ରଥମେ ୫ଟି ଗୋଦାମ ଏବଂ ୧୫ଟି ଦୋକାନ ଥିଲା । ଏବେ ସେଠାରେ ଗୋଦାମ ଓ ଖୁଚୁରା ଦୋକାନ ମିଶି ୭୮୦ ହେବ । ଦୈନିକ ୨୦ କୋଟି ଟଙ୍କାର କାରବାର ହେଉଛି ଏଠାରେ । ୪ ହଜାର ଲୋକଙ୍କ ଚଳପ୍ରଚଳ ନିତିଦିନ ହେଉଛି । ଛତିଶଗଡ, ତାମିଲନାଡୁ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରରୁ ୫୦ରୁ ୬୦ ଟ୍ରକ ଆସୁଛି ଏଠାକୁ । ଓଡ଼ିଶାର ପ୍ରାୟ ଦେଢଶହରୁ ଅଧିକ ଟ୍ରକ ମାଲଗୋଦାମ ଭିତରକୁ ପ୍ରବେଶ କରୁଛି ।