Onn 3

ରାଜଧାନୀରେ ଲୁଟେରାକୁ ହାତଗୋଡ଼ ବାନ୍ଧି ଉଲଗ୍ନ କରି ପିଟିଲେ

Crime State

ଭୁବନେଶ୍ୱର: ରାଜଧାନୀରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଏକଦମ୍ ହୁଗୁଳା ହୋଇପଡିଛି । ନା ଥାନାର କୌଣସି ଭୟ ଅଛି ନା ପୁଲିସକୁ କୌଣସି ପ୍ରକାର ଖାତିର । ଶେଷ ସୀମାରେ ପହଞ୍ଚିଛି ଆଇନ୍ ଶୃଙ୍ଖଳା ପରିସ୍ଥିତି । ଜଣେ ଯୁବକଙ୍କୁ ରାଜଧାନୀ ରାଜରାସ୍ତାରେ ଉଲଗ୍ନ କରି ଲୋକେ ମାଡ଼ ମାରିଛନ୍ତି ।

ମାଡ଼ ମାରୁଥିଲା ଲୋକମାନେ ଏପରି ହିଂସ୍ର ହୋଇଯାଇଥିଲେ ଯେ ସବୁ ଦୟା ମାୟା ଭୂଲି ଯାଇଥିଲେ । ପ୍ରଥମେ ଉଲଗ୍ନ କଲେ । ପରେ ଏକ ଗେଟ୍‌ରେ ବାନ୍ଧି ଦେଲେ । ଚପଲରେ ବାହାର କଲେ । ଗାଲକୁ ଗାଲକୁ ମାରି ଚାଲିଲେ । ୧ ଘଣ୍ଟା ଧରି ମାଡ଼ ମରାଯାଇଥିଲା । ଲୋକେ ଘେରାବନ୍ଧି ବନାଇ ମାଡ଼ ମାରିଲେ । କାହାରେ ସାମାନ୍ୟତମ ଦୟା ଆସିଲାନି ବନ୍ଧା ହୋଇଥିବା ଯୁବକଙ୍କୁ ଆହା ପଦେ କହିବାକୁ । ଯୁବକ ଜଣଙ୍କ ଉଭୟ ଲାଜ ଏବଂ ମାଡ଼ ଖାଇବାରୁ ବର୍ତ୍ତିବାକୁ ନେହୁରା ହେଉଥିଲେ ।

ଗୁହାରି କରୁଥିଲେ ମୋତେ ଉଦ୍ଧାର କର । ହେଲେ କାହାରି କାନରେ ତାଙ୍କର ଗୁହାରୀ ଠଶୁଣା ଯାଉ ନଥିଲା । ଭିଡ଼ତନ୍ତ୍ର ମାନବାଧିକାର ପ୍ରସଙ୍ଗକୁ ଭୃକ୍ଷେପ ନକରି ପିଟି ଚାଲିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠିଛି ଯଦି ରାଜ୍ୟ ରାଜଧାନୀରେ ଏଭଳି ଅବସ୍ଥା ତେବେ ଗ୍ରମାଞ୍ଚଳରେ ଆଇନ୍ ଶୃଙ୍ଖଳା ପାରିସ୍ଥିତି କିଭଳି ଥିବ ସେଥିରୁ ଅନୁମାନ କରିହେବ । ସୂଚନା ଅନୁଯାୟୀ, ପଳାଶୁଣୀ ହାଟ ଛକ ପ୍ରଚୀବିହାର ଛକ ନିକଟରେ ଏଭଳି ଘଟଣା ଘଟିଥିଲା ।

ଜଣେ ଯୁବକ କୌଣସି କାମରେ ପଳାଶୁଣି ହାଟକୁ ଆସିଥିଲେ । ମୋବାଇଲ ଚୋର ସନ୍ଦେହରେ କିଛି ଲୋକେ ତାଙ୍କୁ ଘେରି ଯାଇଥିଲେ । ତାଙ୍କୁ ଚୋରି ସନ୍ଦେହରେ ଗାଳି ଗୁଲଜ କରିଥିଲେ । ସେ କିଛି ବୁଝିଆ ଆଗରୁ ତାଙ୍କୁ ଅଶଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ମାରଧର କରିଥିଲେ । ଏହା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । କେହି ଜଣେ ତାଙ୍କୁ ଲଙ୍ଗଳା କରିବାକୁ କହିଥିଲେ । ପରେ ୪ ଜଣ ଯୁବକ ମିଶି ତାଙ୍କୁ ଲଙ୍ଗଳା କରି ଦେଇଥିଲେ ।

ଯୁବକ ଜଣଙ୍କ ଯେତେ ମନା କଲେ ମଧ୍ୟ କେହି ତାଙ୍କ କଥା ଶୁଣି ନ ଥିଲେ । ହାତ ଯୋଡିଲେ । ଗୋଡ଼ ଧରି ନେହୁରା ହେଲେ । କହିଲେ ମୋତେ ମାଡ଼ ମାର କି ଥାନାରେ ପୁରାଅ । ହେଲେ ମୋତେ ଲଙ୍ଗଳା କର ନାହିଁ । ସେ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ବସ୍ତ୍ର ହରଣରୁ କେହି ରୋକି ପରି ନ ଥିଲେ । ଶେଷରେ ସମ୍ପୃକ୍ତ ୪ ଯୁବକଙ୍କ ତାଙ୍କୁ ମାଡ଼ମାରି କପଡ଼ା ଫାଡ଼ି ଦେଲେ ।