Onn 3

ଶିମିଳିପାଳରୁ ପୁଣି ଚାରୋଟି ହାତୀ ଦାନ୍ତ ଜବତ

Crime State

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଶିମିପାଳରେ ବଢ଼ି ଚାଲିଛି ଶିକାରୀଙ୍କ ରାଜ ଶିକାରୀ ପାଇଁ ବନବିଭାଗ ଯେତେ ଚେଷ୍ଟା କଲେ ଭି ଶିକାରୀର ଟେର ପାଉନାହିଁ ଯାହା ଫଳରେ ବାରମ୍ବାର ବାଘ ହାତୀ ହରିଣ ମାନଙ୍କୁ ଶିକାର କରି ବିକ୍ରି କରୁଛନ୍ତି ଯାହା ଫଳରେ ମାଲାମାଲ ହୋଉଛନ୍ତି ଶିକାରୀ | ବନବିଭାଗ ଏମାନଙ୍କୁ ଧରିବାକୁ ଗଲେ ଗୁଳି କରି ହତ୍ୟା କରୁଛନ୍ତି ବନ ବିଭାଗର କର୍ମଚାରୀଙ୍କୁ ଏହି କିଛି ଦିନ ମଧ୍ୟ ରେ ଶିକାରୀ ଗୁଳିରେ ଦୁଇ ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବନ ବିଭାଗ ନେଇଥିଲା ବଡ଼ କାର୍ଯ୍ୟାନୁଷ୍ଠାନ।

ତେବେ ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ ଙ୍କ ନେତୃତ୍ୱରେ ଶିମିଳିପାଳ ଦକ୍ଷିଣ, ଶିମିଳିପାଳ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ଏସିଏଫ୍, ରେଞ୍ଜର୍ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଯଶିପୁର ଅଞ୍ଚଳର ଜାମକେଶ୍ବର ଗାଁରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ ଏବଂ ୪ଖଣ୍ଡ ହାତୀଦାନ୍ତ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛନ୍ତି । ଶିମିଳିପାଳ ଅଭୟାରଣ୍ୟ ରେ ଦିନକୁ ଦିନ ହାତୀ ଶିକାର ବଢ଼ିଚାଲିଛି ଯଦି ସରକାରଙ୍କ ଜଙ୍ଗଲ,ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁ ଛନ୍ତି ତାହେଲେ ଶିମିଳିପାଳ ଅଭୟାରଣ୍ୟରେ ପୋଲିସ ବାହିନୀ ର ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବଲି ଚର୍ଚ୍ଚା ହେଉଛି।